www.samajalive.in
Monday, December 8, 2025
27.1 C
Bhubaneswar

ଏଜିଟି ଫାଇନାଲ୍‌ରେ ଓଡ଼ିଆ ପୁଅ ସୁମନ୍ଥ

ଭୁବନେଶ୍ବର : ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ (ଏଜିଟି)ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ସୁମନ୍ଥ। କଲକାତାର ନିଜ ଯୋଡ଼ି ସୋନାଲିଙ୍କ ସହ ସୁମନ୍ଥଙ୍କ ସାଲ୍‌ସା ଓ ହିପ୍‌ହପ୍‌ ନୃତ୍ୟ ସମଗ୍ର ବିଶ୍ବକୁ ଚକିତ କରିଛି। ଏଜିଟି ଭଳି ଏକ ଅନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଏହି ସୁମନ୍ଥ ଓ ସୋନାଲୀଙ୍କ ଯୋଡ଼ି କଡ଼ା ଟକ୍କର ଦେଇ କ୍ବାଟର୍ ଓ ସେମିଫାଇନାଲ ପରେ ଫାଇନାଲ୍‌ରେ ପ୍ରବେଶ କରିଛି। ଫାଇନାଲ୍‌ରେ ତାଙ୍କ ପ୍ରଦର୍ଶନ ଓ ଏହାକୁ ନେଇ ଆମେରିକା ବାସୀଙ୍କ ଭୋଟିଂ ଉପରେ ସେମାନଙ୍କ ଟ୍ରଫି ଜିତିବା ଭବିଷ୍ୟତ ନିର୍ଭର କରୁଛନ୍ତି। ରାୟଗଡ଼ା ଜନ୍ମିତ ସୁମନ୍ଥ ଏବେ ଭୁବନେଶ୍ବରରେ ନିଜ ପରିବାର ସହ ରହୁଛନ୍ତି। ପୂର୍ବତଟ ରେଳପଥରେ କାର୍ଯ୍ୟରତ ସୁମନ୍ଥଙ୍କ ବାପା ଏମ୍ ଜଗଦିଶ୍ବର ରାଓ କହିଛନ୍ତି, ପୁଅର ଏହି ସଫଳତା ପଛରେ ତାଙ୍କ ମା’ଙ୍କର ବଡ଼ ଭୂମିକା ରହିଛି। ନିଜ ମା’ଙ୍କଠାରୁ ସୁମନ୍ଥ ପ୍ରଥମେ ନୃତ୍ୟ ଶିଖିଥିଲେ। ସୁମନ୍ଥଙ୍କ ମା’ ଏମ ରାଧାକୁମାରୀ ଜଣେ ସଫଳ ଯୋଗ ପ୍ରଶିକ୍ଷକ ହୋଇଥିବା ବେଳେ ତାଙ୍କରି ପ୍ରେରଣାରେ ସୁମନ୍ଥ ଆଜି ଆମେରିକାରେ ଦେଶକୁ ପ୍ରତିନିଧିତ୍ବ କରିପାରିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories