www.samajalive.in
Sunday, December 7, 2025
15.1 C
Bhubaneswar

ବୋଲଗଡରେ ଚୋରଙ୍କ ଉତ୍ପାତ : ନିରବତାକୁ ନେଇ ସନ୍ଦେହ !

ବୋଲଗଡ : କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଜନସାଧାରଣ ରୋଜଗାର ହରାଇ ନିଶ୍ୱ ହୋଇଯାଇଛନ୍ତି। ରୋଜଗାର ହରାଇଥିବା କିଛି ଅସାମାଜିକ ବ୍ୟକ୍ତି ଚୋରୀକୁ ପ୍ରମୁଖ ଆୟ ଭାବି ନିଜର କୁକାର୍ଯ୍ୟ ଜାରି ରଖିଛନ୍ତି। ବୋଲଗଡ ସଦର ମହକୁମା ସମେତ ଏହାର ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରାମାନଙ୍କର ଉତ୍ପାତ ବଢିବାରେ ଲାଗିଛି। ଦିର୍ଘ ୧ମାସରୁ ଉର୍ଦ୍ଧ୍ବ ହେବ ସିରିଜ ଚୋରୀ ଭଳି ଚୋରଦଳ ନାଟକୀୟ ଢଙ୍ଗରେ ଦୁଇ ଲୋକଙ୍କୁ ଟାର୍ଗେଟ କରି ଚୋରୀ ଆରମ୍ଭ କରିଦେଇଛନ୍ତି। ଏପରିକି ଚୋରମାନେ ଏକାଧିକ ସଂଘବଦ୍ଧ ଭାବେ ଘରର ସମ୍ମୁଖ ଭାଗରେ ଥିବା ଗ୍ରୀଲକୁ କାଟି ଘରେ ପଶି ଚୋରି କରୁଥିବାର ଜଣାପଡିଛି। ଦିର୍ଘ ୧ମାସ ମଧ୍ୟରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଦାଣ୍ଡ ଦୁଆରୁ ବୋଲେରୋ ଗାଡି ଚୋରି କରିଥିବାରୁ ଏସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସକୁ ଫୋନ କରିବାରେ ସେ ଯାଗାକୁ ନଯାଇ ସକାଳେ ଯିବ କହି ଚୋରଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି। ସମାନ୍ତରାଳ ଭାବେ ଜଣେ ବ୍ୟକ୍ତିଙ୍କ କାର ଚୋରି କରିବାକୁ ବାଡିପଟ ଗ୍ରୀଲ କାଟୁଥିବା ବେଳେ କୌଣସି ବ୍ୟକ୍ତି ଗ୍ରୀଲ କଟା ଶବ୍ଦ ଶୁଣୀ ପାଟି କରିବାରୁ ଚୋରମାନେ ଭୟରେ ଘଟଣାସ୍ଥଳରୁ ଦୌଡି ଚାଲିଯାଇଥିଲେ। ସେହିପରି ଅନୁରୂପ ଭାବେ ଘର ସମ୍ମୁଖରେ ରଖିଥିବା ବାଇକ ଗାଡିକୁ ପୃଥକ ପୃଥକ ଭାବେ ଚୋରି କରୁଥିବା ଥାନାରେ ଅଭିଯୋଗ ହେଉଛି। ଏପର୍ଯ୍ୟନ୍ତ ଗୋଟିଏ ଚାରିଚକିଆ ଏବଂ ୫ରୁ ଉର୍ଦ୍ଧ୍ବ ବାଇକ ଚୋରି ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ ଚୋରର କୌଣସି ସୁରାକ ଲାଗିନାହିଁ। ତେଣୁ ଜନସାଧାରଣ ନିର୍ଭୟରେ ରାତିରେ ଶୋଇ ପାରୁନଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଭୀମପଡା ବଜାରରୁ ଛୋଟବଡ ଚୋରୀ ଘଟଣା ଘଟିଥିଲେ ମଧ୍ୟ ଏସମ୍ପର୍କରେ ପୁଲିସ ପାଖରେ କୌଣସି ସୁରାକ୍ ନାହିଁ। ଅନ୍ଧାରରେ ବାଡି ବୁଲାଇବା ନ୍ୟାୟରେ ପୁଲିସ ନିଜର ନୈତିକତା ଦୃଷ୍ଟିରୁ ଗୋଟେ ଅଧେ ପାଟ୍ରୋଲିଙ୍ଗ କରି କାମ ସାରିଦେଉଛି। ବର୍ତ୍ତମାନ ସମୟରେ କୋଭିଡ-୧୯ ଦ୍ୱାହି ଦେଇ ଚୋରମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ସେମାନଙ୍କର ଆତଙ୍କ ଖେଳାଇ ଚାଲିଛନ୍ତି। ଯାହାଫଳରେ ଜନସାଧାରଣଙ୍କ ଧନଜୀବନପ୍ରତି ବିପଦ ସୃଷ୍ଟି ହେଉଛି। ଏହି ପରୀପ୍ରେକ୍ଷୀରେ ବୋଲଗଡ ପୁଲିସ ଚୋରମାନଙ୍କ ସମ୍ପର୍କରେ ତୀଷ୍ମ ନଜର ରଖି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories