www.samajalive.in
Monday, December 8, 2025
20.1 C
Bhubaneswar

ଥାଇଲାଣ୍ଡ ଓପନ୍‍ : ଫାଇନାଲରେ ସିନ୍ଧୁ

ବ୍ୟାଙ୍କକ୍‍  : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍‍ ବ୍ୟାଡମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ୨ୟ ସିଡ୍‍ ସିନ୍ଧୁ ଇଣ୍ଡୋନେସିଆର ଗ୍ରେଗୋରିଆ ଟୁନ୍‍ଜଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ରେ ୨୩-୨୧, ୧୬-୨୧ ଓ ୨୧-୯ ଗେମ୍‌ରେ ପରାସ୍ତ କରିଥିଲେ।
ପ୍ରଥମ ଗେମ୍‍ରେ ସିନ୍ଧୁ ଓ ଟୁନ୍‍ଜଙ୍ଗଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏହି ଗେମ୍‍ରେ ଉଭୟ ଖେଳାଳି ଜୋରଦାର ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରିଥିଲେ। ତେବେ ଟାଇବ୍ରେକରରେ ସିନ୍ଧୁ ବିଜୟୀ ହୋଇ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ଗେମ୍‍ରେ ସିନ୍ଧୁ ମୂଳରୁ ଭଲ ପ୍ରଦର୍ଶନ କରି ୯-୫ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଟୁନ୍‍ଜଙ୍ଗ ଲଢ଼ୁଆ ଖେଳ ପ୍ରଦର୍ଶନ କରି ବିରତି ବେଳକୁ ୧୧-୯ ପଏଣ୍ଟରେ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲେ। ଟୁନ୍‍ଜଙ୍ଗ ନିଜ ପ୍ରଦର୍ଶନ ବଜାୟ ରଖିବା ସହ ଦ୍ୱିତୀୟ ଗେମ୍‍କୁ ସହଜରେ ଜିତି ଖେଳକୁ ୧-୧ ସ୍ତରକୁ ଆଣିବାକୁ ସକ୍ଷମ ହୋଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‍ରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ମୂଳରୁ ୫-୧ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସିନ୍ଧୁ ନିଜ ପ୍ରଦର୍ଶନ ବଜାୟ ରଖି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ସହଜରେ ୨୧-୯ ପଏଣ୍ଟରେ ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ସିନ୍ଧୁ ଜାପାନର ନୋଜମି ଓକୁହାରାଙ୍କୁ ଭେଟିବେ।
ଅନ୍ୟ ଏକ ସେମିଫାଇନାଲରେ ଓକୁହାରା ସିଧାସଳଖ ୨୧-୧୭, ୨୧-୧୦ ଗେମ୍‌ରେ ବେୱାନ୍‍ ଜାଙ୍ଗଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସୂଚନାଥାଉକି ସିନ୍ଧୁ ଓ ଓକୁହାରାଙ୍କ ମଧ୍ୟରେ ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲରେ ମୁକାବିଲା ହୋଇଥିଲା। ଏଥିରେ ଓକୁହାରା ବିଜୟୀ ହୋଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories