www.samajalive.in
Tuesday, December 9, 2025
16.1 C
Bhubaneswar

ବେରୋଜଗାର ଦିବସ ପାଳନ କଲା ଯୁବ କଂଗ୍ରେସ; ପକୁଡ଼ି ବିକି ପ୍ରତିବାଦ କଲେ

ଭୁବନେଶ୍ୱର : ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ଦିନକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ଭାବେ ପାଳନ କରାଯାଇଛି।
ନିଆରା ଢଙ୍ଗରେ ଯୁବ କଂଗ୍ରେସ କର୍ମୀମାନେ ପକୁଡି ଛାଣି ବିକ୍ରୟ କରି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ପ୍ରତିବାଦ କରିଥିଲେ। ପ୍ରଧାନମନ୍ତ୍ରୀ ନିର୍ବାଚନୀ ଭାଷଣରେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଭୋଟ ପାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ପକୁଡି ବିକ୍ରି ନିଯୁକ୍ତି ମନ୍ତବ୍ୟକୁ ପୁଣି ଥରେ ଯୁବ ସମାଜକୁ ମନେପକାଇବା ପାଇଁ ଆଜି ଯୁବ କଂଗ୍ରେସ ପକ୍ଷରୁ ପକୋଡି ବିକ୍ରି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ କହିଛନ୍ତି। ଶ୍ରୀ ଲେଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମଗ୍ର ଯୁବ ସମାଜକୁ ପ୍ରତାରିତ କରିଛନ୍ତି। ବେରୋଜଗାର ପରିସ୍ଥିତି ଦୀର୍ଘ ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ଅଟୋମୋବାଇଲ୍ କ୍ଷେତ୍ରରେ ବ୍ୟାପକ ଛଟେଇ ଯୁବ ସମାଜକୁ ରାଜରାସ୍ତାରେ ଠିଆ କରିଦେଇଛି। କରୋନା ପରିସ୍ଥିତିରେ ଯୁବକ ଯୁବତୀମାନେ ନିଜର ଜୀବିକା ହରେଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବେରୋଜଗାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ନିର୍ଦିିଷ୍ଟ ପ୍ୟାକେଜ ଘୋଷଣା କରୁନାହାନ୍ତି। ବେରୋଜଗାର ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ, ଉର୍ଜିତ ପଟେଲ, ଖୋଦ୍ ଅର୍ଥମନ୍ତ୍ରୀଙ୍କ ସ୍ୱାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ କରକାଳା ପ୍ରଭାକର, ନୀତିଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ, ଅରବିନ୍ଦ ସୁବର୍ଣ୍ଣମ, ନୋବେଲ ବିଜେତା ଅଭିଜିତ ବାନାର୍ଜୀ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କୁ ସଚେତନ କରାଇବା ପରେ ମଧ୍ୟ ମୋଦୀ ଏହାକୁ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତୃବୃନ୍ଦ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ମାନସ କର, ରଞ୍ଜିତ ପାତ୍ର, ସ୍ୱାଗତ କର, ସଂକୁନା କହଁର, ଆର୍ଯ୍ୟବୀର ଲେଙ୍କା, ମହମ୍ମଦ ଅଲିମ୍, ନିହାର ରଞ୍ଜନ ବେହେରା, ବିପ୍ଳବ ଶିଲାଦିତ୍ୟ, ବଟକୃଷ୍ଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories