www.samajalive.in
Tuesday, December 9, 2025
16.1 C
Bhubaneswar

ନିର୍ଦ୍ଦିଷ୍ଟ ଶିକ୍ଷକ କରୁଛନ୍ତି କୋଭିଡ଼୍‍ କାର୍ଯ୍ୟ, ଜିଲା ପ୍ରଶାସନକୁ ଭେଟି ଦାବିପତ୍ର ପ୍ରଦାନ କଲେ ଶିକ୍ଷକ ସମନ୍ୱୟ ସମିତି

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନ କେବଳ କେତେକ ନିର୍ଦ୍ଦିଷ୍ଟ ଶିକ୍ଷକମାନଙ୍କୁ କୋଭିଡ଼୍‍ କାର୍ଯ୍ୟରେ ନିୟୋଜିତ କରୁଛି ବୋଲି ଅଭିଯୋଗ କରି ଆଜି ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦିଆଯାଇଥିବା ଦାବିପତ୍ର ପ୍ରକାରେ,ବ୍ଳକରେ ୫ଶହରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବା ବେଳେ ମାତ୍ର ନିର୍ଦ୍ଦିଷ୍ଟ ୩୦ ରୁ ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀକୁ ଗତ ୩ ମାସ ହେଲା ଜିଲା କୋଭିଡ଼୍‍ ନିୟନ୍ତ୍ରଣ କକ୍ଷରେ ନିୟୋଜିତ କରାଯାଇଛି। ସରକାରୀ କାର୍ଯ୍ୟ ସମସ୍ତ ସରକାରୀ କର୍ମଚାରୀ କରିବା ଉଚିତ୍‍। ତେଣୁ କେବଳ ନିର୍ଦ୍ଧଷ୍ଟ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରୋଷ୍ଟର ଭାବେ କୋଭିଡ଼୍‍ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସମିତି ଦାବି କରିଛି। ଏନେଇ ଆଜି ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବା ସହିତ ଆଲେଚାନା ମଧ୍ୟ କରିଛନ୍ତି। ସମିତିର ଆବାହକ ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସଭାପତି ସୁକାନ୍ତ କୁମାର ବେହେରା, କାର୍ଯ୍ୟକାରି ସଭାପତି ବିଜୟନନ୍ଦ ଦାସ, ସାଧାରଣ ସଂପାଦକ ଅରୁଣ କୁମାର ପାତ୍ର ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ। ଏନେଇ ଏକ ଦାବିପତ୍ର ଜିଲା ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories