www.samajalive.in
Monday, December 8, 2025
20.1 C
Bhubaneswar

ମଦକୁ ବିରୋଧ କରି ଏକଜୁଟ୍‍ ହେଲେ ମହିଳା ସଂଘ; ତୁରନ୍ତ ବନ୍ଦ ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ

ଫୁଲବାଣୀ/ବାଲିଗୁଡା: ସମଗ୍ର କନ୍ଧମାଳ ଜିଲାରେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଗାଁ ଗାଁରେ ଦେଖାଯାଉଛି ଅଶାନ୍ତି। ଗାଁ ଗାଁରେ କରୋନା କଟକଣାକୁ ଅବମାନନା କରି ଦେଶୀମଦ କାରବାର ବୃଦ୍ଧି ପାଉଥିବା ବେଳେ ଲୋକେ ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରିବା ଅଭିଯୋଗ ହୋଇଛି। ଏହି ମଦ ବିକ୍ରି ବନ୍ଦ କରିବା ନିମନ୍ତେ ବିଭିନ୍ନ ଗ୍ରାମରେ ନାରୀ ସଂଘ ମାନେ ଏକଜୁଟ୍‍ ହୋଇଛନ୍ତି। ମହୁଲି ମଦ ବିକ୍ରି ଓ ରନ୍ଧାକୁ ବିରୋଧ କରି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ପଂଚାୟତର ଡେମିଙ୍ଗିଆ ଓ ଗଣ୍ଡିଗୁଡା ଗ୍ରାମରେ।

ଉକ୍ତ ଗ୍ରାମର ନାରୀ ସଂଘ ଓ ମହିଳା ସଂଘମାନେ ଏକତ୍ରିତ ହୋଇ ବାଲିଗୁଡା ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ମହୁଲି ମଦ ରନ୍ଧା ଓ ବିକ୍ର ବନ୍ଦ କରିବା ନେଇ ଏକ ଦାବୀପତ୍ର ଦେଇଛନ୍ତିି। ଏହି ଦାବୀପତ୍ର ପ୍ରକାରେ, ବର୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି ଏପଟେ କିନ୍ତୁ ଖୁଲମଖୁଲା ବଢିଚାଲିଛି ଦେଶି ମହୁଲି ମଦର କାରବାର।ଗ୍ରାମରେ ପୁର୍ବରୁ ବହୁବାର ନାରୀ ସଂଘ ବହୁ ମହୁଲି ଭାଟି ଓ ମଦ ରନ୍ଧା ହେଉଥିବା ସ୍ଥାନରେ ଯାଇ ମଦ ବିକ୍ରିକୁ ବନ୍ଦ କରିବା ଓ ପୋଚକୁ ନଷ୍ଟ କରିଥିଲୁ। କିନ୍ତୁ କିଛି ଅସାଧୁ ମହୁଲି ମଦ ବ୍ୟବସାୟୀ ମାନେ ବେଖାତିରି କରି ଗ୍ରାମ ମାନଙ୍କରେ ଖୁଲମଖୁଲା ମଦ ରାନ୍ଧିବା ସହ ବ୍ୟବସାୟ କରୁଛନ୍ତି। ଏହି ମହୁଲି ମଦ୍ୟପାନ କରି ଗ୍ରାମର ବହୁ ଯୁବକ ସହ ଅନ୍ୟ ଲୋକମାନେ ମୃତ୍ୟୁ ବରଣ କରିଛନ୍‍ି ଓ କିଛି ଲୋକ ମହୁଲି ମଦ ପିଇ କାମଧନ୍ଦା ଛାଡି ନିଶାରେ ଉବୁଟୁବୁ ହେଉଛନ୍ତି। ମଦ ପିଇବା ପାଇଁ ଘରର ଧାନ,ଚାଉଳ ଓ ଆସବାବ ପତ୍ର ନେଇ ବନ୍ଧା ରଖିବା ସହିତ ବିକ୍ରି ମଧ୍ୟ କରୁଛନ୍ତି। ବିରୋଧ କଲେ ପରିବାରରେ ଦେଖାଯାଉଛି ଅ।।ନ୍ତିକର ପରିବେଶଷ। କିଛି ପରିବାର ଲୋକେ ମଦ ପିଇବା ନିମନ୍ତେ ତାଙ୍କ ଘର ଲୋକେ ଚଳିବା କଷ୍ଟକର ହେଉଛି ବୋଲି କହିଛନ୍ତି ମହିଳା ମାନେ। ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ପଂଚାୟତର ଡେମିଙ୍ଗିଆ ଓ ଗୁଣ୍ଡିଗୁଡା ଗ୍ରାମରେ ମଦ୍ୟପଙ୍କ ଯୋଗୁଁ ସାମାଜିକ ଅସ୍ଥିରତା ,ଘରୋଇ ହିଂସା ବୃଦ୍ଧି ପାଉଛି। ବୁଡାଗୁଡା ଫାଣ୍ଡ ବନ୍ଦ ହେବାପରେ ମଦ ଭାଟି ଓ ଅସାମାଜିକ କାର୍ଯ୍ୟକଳାପ ଏହି ଅଂଚଳରେ ବୃଦ୍ଧି ପାଇଛି। ଏହି ଅସାଧୁ ବ୍ୟବସାୟୀଙ୍କୁ ମଦ କାରବାର ବନ୍ଦ କରିବାକୁ କହିଲା ପରେ ବି ସେମାନେ ଶୁଣୁ ନାହାନ୍ତି ତେଣୁ ଆମେ ଗ୍ରାମର ମହିଳା ଗୋଷ୍ଠି ଏକତ୍ରିତ ହୋଇ ଏହି ମଦ କାରବାର ବନ୍ଦ କରିବା ନିମନ୍ତେ ଦାବୀ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ପୁର୍ବରୁ ବାଲିଗୁଡାଥାନାରେ ଏନେଇ ଅଭିଯେ୍‍ାଗ କରିଛୁ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମରେ ମଦ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ। ଅଂଚଳରେ ମଦ କାରବାର ରୋକିବାକୁ ପ୍ରଶାସନ ପଦକ୍ଷେପ ନେବ ବୋଲି ଆଶାବ୍ୟକ୍ତ କରିଛନ୍ତି ମହିଳା ସଂଘ ଓ ଗ୍ରାମବାସୀ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories