www.samajalive.in
Tuesday, December 9, 2025
16.1 C
Bhubaneswar

ବାଲନ୍ଦାପଡ଼ା ମା’ଗୃହର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବାଲନ୍ଦାପଡ଼ା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ସେପରି ଆଖିଦୃଷ୍ଟିଆ ସୁବିଧା ସୁଯୋଗ ନଥିବା ଯୋଗୁଁ ପୂର୍ବରୁ ପ୍ରସୂତୀ ସମୟରେ ଅଞ୍ଚଳର ଗର୍ଭବତୀ ଓ ସେମାନଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସୁରକ୍ଷିତ ପ୍ରସବ ଅଞ୍ଚଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳ ତରଫରୁ ୨୦୧୩ ମସିହା ସେପ୍ଟେମ୍ବର ମାସରେ ବାଲନ୍ଦାପଡ଼ାଠାରେ ମା’ ଗୃହ ସ୍ଥାପନ ହେବା ସହ ଏହାର ଦାୟିତ୍ୱ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀକୁ ପ୍ରଦାନ କରାଯାଇଥିଲା। ବାଲନ୍ଦାପଡ଼ା ପଂଚାୟତ ଅନ୍ତର୍ଗତ ବାଟିମୁଣ୍ଡା ଗ୍ରାମର ସିଦ୍ଧେଶ୍ବର ନାୟକଙ୍କ ପତ୍ନୀ ସପୁରୀ ନାୟକ ଏହି ମା’ ଗୃହରେ ପ୍ରଥମ ମା’ ରୂପେ ସେବା ଗ୍ରହଣ କରିଥିଲେ। ସେହିଦିନଠାରୁ ଅଦ୍ୟାବଧି ପ୍ରାୟ ଦୁଇ ହଜାରରୁ ଅଧିକ ମା’ ବାଲନ୍ଦାପଡ଼ାସ୍ଥିତ ଏହି ମା’ ଗୃହରୁ ସେବା ପାଇବା ସହ ୧୮୦୦ରୁ ଊର୍ଦ୍ଧ୍ବ ଗର୍ଭବତୀଙ୍କୁ ସୁରକ୍ଷିତ ମାତୃତ୍ୱ ପ୍ରଦାନ କରିପାରିଛି ଏହି ମା’ ଗୃହ। ସୁରକ୍ଷିତ ମାତୃତ୍ୱ ପାଇଁ ସୁଷମ ଖାଦ୍ୟ ଗ୍ରହଣ ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ବାଲନ୍ଦାପଡ଼ା ମା’ଗୃହର ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, କ୍ରାଏ ସହଯୋଗରେ ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କୁ ନେଇ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲନ୍ଦାପଡ଼ାର ସରପଞ୍ଚ ପ୍ରଦୀପ କୁମାର ନାୟକ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବାଲନ୍ଦାପଡ଼ା ଓ ବଣିଆସାହି ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ଅବସରରେ ପୋଷଣଯୁକ୍ତ ଖାଦ୍ୟ ଖାଇବାର ମହତ୍ୱ ସମ୍ପର୍କରେ ବୁଝାଯିବା ସହ କେବଳ ଗର୍ଭବତୀ ମା’ ନୁହେଁ, ଆଗାମୀ ଦିନରେ ମା’ ହେବାକୁ ଯାଉଥିବା କିଶୋରୀ ବାଳିକାମାନଙ୍କୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଅନୁରୋଧ କରାଯାଇଥିଲା।ଏହି ଅବସରରେ ଆମର ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ହିସାବରେ ଖାଦ୍ୟ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ବାଲନ୍ଦାପଡ଼ା ସରପଞ୍ଚଙ୍କୁ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପିତା ସାହୁ, ଚଂଚଳା କହଁର, ସାମନ୍ତି ଦିଗାଲ, ରୀତାଞ୍ଜଳୀ ସାହୁ, ବିବିସ୍ମିତା ଦେହୁରୀ, ମାଳିକ ବେହେରା, ଉମେଶ କୁମାର ମିଶ୍ର, ବବୁନ୍‍ ବଗାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories