www.samajalive.in
Monday, December 8, 2025
20.1 C
Bhubaneswar

କନ୍ଧମାଳ: ୯୫ ନୂଆ ସଂକ୍ରମିତ ଚିହ୍ନଟ ସହ ଜଣେ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ହୁହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ନୂଆ ୯୫ ସଂକ୍ରମିତ ଚିହ୍ନଟ ସହ ୩ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା। ଚିହ୍ନଟ ହୋଇଥିବା ୯୫ ସଂକ୍ରମିତଙ୍କ ମଧ୍ୟରେ ୬୨ ଜଣ ପୁରୁଷ ଥିବା ବେଳେ ୩୩ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା ଅଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ଫୁଲବାଣୀର ୧୮ ଜଣ ଥିବା ବେଳେ ଟିକାବାଲିରୁ ୪, ଜି ଉଦୟଗିରିରୁ ୮, କେ ନୁଆଗାଁରୁ ୮, ଚକାପାଦରୁ ୮, ଖଜୁରିପଡାରୁ ୫, କୋଟଗଡରୁ ଜଣେ, ଦାରିଙ୍ଗବାଡିରୁ ୧୮, ତୁମୁଡିବନ୍ଧରୁ ୨, ରାଇକିଆରୁ ୧୧, ବାଲିଗୁଡାରୁ ୮, ଫିରିଙ୍ଗିଆରୁ ଜଣେ ଓ ଜିଲ୍ଲ ବାହାରୁ ୩ ଜଣଁ ଚିହ୍ନଟ ହୋଇଥିବା ଜଣା ପଡିଛି। ଏଥି ସହ ୫୫ ବର୍ଷର ଜଣେ ପୁରୁଷ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ସେ ମଧୁମେହ ରୋଗରେ ପୀଡିତ ଥିଲେ। ବର୍ତମାନ ସୁଦ୍ଧା ଜିଲ୍ଲାରୁ ୩ ୦୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୨୪୬୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତମାନ ସକ୍ରୀୟ ୫୩୩ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଅନ୍ୟପକ୍ଷରେ କେତେକ କାରଣ ଯୋଗୁଁ ଆଜି ପୁଣି ଥରେ କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏକାଧିକ କରୋନା ପଜିଟିଭ୍‍ ଚିହ୍ନଟ ପରେ ପ୍ରଶାସନ ଏହି ନିଷ୍ପତି ନିଆଯାଇଥିବା ପ୍ରକାଶ। ଆଜି ସନ୍ଧ୍ୟାରେ ପୁଲିସ୍‍ ଓ ପୌର ପରିଷଦ ପକ୍ଷରୁ ପୁଣିଥରେ କୋର୍ଟ ଛକରେ ବାଡ଼ ପକାଇ ଅବରୋଧ କରାଯାଇଛି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories