www.samajalive.in
Monday, December 8, 2025
20.1 C
Bhubaneswar

ତିନି ଦିନ ହେଲା ଭଙ୍ଗା ଅଙ୍ଗନୱାଡି ବାରଣ୍ଡାରେ ଦୁଇ ଆକ୍ରାନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ଅର୍ନ୍ତଗତ ମୂଷାଢ ଗ୍ରାମର ଦୁଇ ଜଣ କୋରୋନା ଆକ୍ରାନ୍ତ ରୋଗୀଙ୍କୁ ଗାଁ ମନା ହୋଇଛି। ଫଳରେ ବାଧ୍ୟ ହୋଇ ଦୁଇ ଆକ୍ରାନ୍ତ ତିନି ଦିନ ହେଲା  ଭଙ୍ଗା ଅଙ୍ଗନୱାଡି ଘର ବାରଣ୍ଡାରେ ଆଶ୍ରୟ ନେବା  ଘଟଣା  ଭଳି ନଜରକୁ ଆସିଛି। ଆକ୍ରାନ୍ତଙ୍କ କହିବାନୁସାରେ ତିନିଦିନ ତଳେ ସେମାନେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  କୋରୋନା ଚିହ୍ନଟ ପରେ ଉଭୟଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ମାତ୍ର ଦୁଇ ଗରିବ ବ୍ୟକ୍ତିଙ୍କ ଘରୋଇ  ସଙ୍ଗରୋଧରେ ରହିବା ପାଇଁ ସୁବିଧା ନଥିବାରୁ ସେମାନେ ସ୍ଥାନୀୟ ସ୍କୁଲରେ ରହିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ। ମାତ୍ର ଟି.ଏମ.ସି ସେଟଂର ସରକାର ବନ୍ଦ କରିବା ନିର୍ଦ୍ଦେଶ ଯୋଗୁଁ ସେମାନଙ୍କୁ ସ୍କୁଲରେ ଆଶ୍ରୟ ନେବାକୁ ମଧ୍ୟ ବାରଣ କରାଯାଇଥିଲା। ଫଳରେ ଦୁଇ ଆକ୍ରାନ୍ତ ବାଧ୍ୟ ହୋଇ ସ୍କୁଲ ପରିସରରେ ଥିବା ଏକ ପୂରୁଣା ଭଙ୍ଗା ଅଙ୍ଗନୱାଡି ବାରଣ୍ଡାରେ ତିନି ଦିନ ହେଲା ଅକଥନୀୟ ଅବସ୍ଥାରେ ରାତି କାଟୁଥିବା କହିଛନ୍ତି। ଖାଇବା,ପିଇବା ,ବିଜୁଳି  ସୁବିଧା ନଥିବାରୁ ତିନିଦିନ ହେଲା ଏକପ୍ରକାର ସାମାଜିକ ବାସନ୍ଦ ଭଳି ଦିନକାଟୁଥିବା ସେମାନେ ଅଭିଯୋଗ କରିଛନ୍ତି। ଗ୍ରାମାଚଂଳରେ କରୋନା ରୋଗୀଙ୍କ ଏଭଳି ବିକଳ ଅବସ୍ଥା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋରଧରିଛି। ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଗ୍ରାମଚଂଳ ଲୋକଙ୍କୁ ଏ ନେଇ ସଚେତନତା କରାଯିବା ଜରୁରୀ ରହିଛି।  ଆକ୍ରାନ୍ତଙ୍କୁ ଏଭଳି ସାମାଜିକ ବାସନ୍ଦ  ଭଲି ବ୍ୟବହାର କରାଯିବା ଘଟଣା ପରୋକ୍ଷରେ  ରୋଗୀଙ୍କ ମାନସିକ ଅବସ୍ଥା ଉପରେ ଆଘାତ ସୃଷ୍ଟି କରୁଛି। ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବା ସହ ସେମାନଙ୍କ ଖାଇବା,ପିଇବା ରହିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories