www.samajalive.in
Monday, December 8, 2025
17.1 C
Bhubaneswar

ଦୁର୍ଲ୍ଲଭ ପ୍ରଜାତିର ଲକ୍ଷାଧିକ ମୂଲ୍ୟର ୨ ମୁହଁ ବିଶିଷ୍ଟ ସାପର ଚୋରାଚାଲାଣ ; ଜଣେ ଗିରଫ

ଲଖୀମପୁର : ଉତ୍ତରପ୍ରଦେଶ ଲଖୀମପୁରର ଖୀରୀ ଜିଲାରେ ମିଟାଉଲୀ ଥାନା ଅନ୍ତର୍ଗତ କସ୍ତା କସୱେ ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ମୁହଁ ବିଶିଷ୍ଟ ଦୁର୍ଲ୍ଲଭ ସାପ ମିଳିବା ଘଟଣାରେ ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତି ଜଣଙ୍କ ସେହି ସାପକୁ ଅନ୍ୟତ୍ର ଦେବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା।
ପୁଲିସଙ୍କୁ ଏହି ଘଟଣା ବିଷୟରେ ଗୁପ୍ତଚରଙ୍କ ଠାରୁ ସୂଚନା ପାଇଥିବା ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ବ୍ୟାଗରେ ଦୁର୍ଲ୍ଲଭ ପ୍ରଜାତିର ୨ଟି ସାପକୁ କାହାକୁ ଦେବାକୁ ଯାଉଛି, ଏହା ଜାଣି ପୁଲିସ ନିଜର କାମ ଆରମ୍ଭ କରିଥିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ବାଇକ, ବ୍ୟାଗ ସହ ଗିରଫ କରିଥିଲା।
ପୁଲିସ ବନ୍ୟଜନ୍ତୁଙ୍କ ନିୟମ ଅନୁଯାୟୀ ମାମଲା ରୁଜୁ କରିବା ସହ ବନ ବିଭାଗକୁ ଆବଶ୍ୟକୀୟ ତଦନ୍ତ ପାଇଁ ସୂଚନା ଦେଇଛି। ଦୁଇ ମୁହଁ ବିଶିଷ୍ଟ ସାପ କୁହାଯାଉଥିବା ଏହି ରେଡ଼ ସ୍ୟାଣ୍ଡ ବୋଆ , ଯାହାର ମୂଲ୍ୟ ଭାରତରେ ୧୦ ରୁ ୨୦ ଲକ୍ଷ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ୧ କୋଟି ବୋଲି ଜଣାପଡ଼ିଛି। ସାପର ଓଜନ ଉପରେ ଏହାର ମୂଲ୍ୟ ନିର୍ଭର କରିଥାଏ। ଶିକାରୀମାନେ ଶିକାର କରି ଏହି ସାପକୁ ବାହାରକୁ ଚୋରାଚାଲାଣ କରିଥାଆନ୍ତି।
ଏହି ରେଡ଼ ସ୍ୟାଣ୍ଡ ବୋଆ ଭାରତ, ପାକିସ୍ଥାନ, ଇରାନରେ ମିଳିଥାଏ। ଅନ୍ୟ ସାପଙ୍କ ଭଳି ଏମାନେ ମଧ୍ୟ ବିଷଧର। ଏହି ସାପମାନେ ମୂଷା,କୀଟ ଅନ୍ୟ ଛୋଟ ଛୋଟ ପଶୁଙ୍କୁ ନିଜର ଶିକାର କରିଥାଆନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories