www.samajalive.in
Tuesday, December 9, 2025
17.1 C
Bhubaneswar

କଲରା ପତରିଆ ବାଘ ଛାଲ ଜବତ, ୪ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ ସଫଳତା। ତିନୋଟି କଲରା ପତରିଆ ବାଘ ଛାଲ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ଠାରୁ ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି।
ନବରଙ୍ଗପୁର ବନ ଭିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର କଳାହାଣ୍ଡି ଜିଲ୍ଲାର ସୀମାରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ବିରିଗୁଡା ଗାଁ ଦେଇ କଳାହାଣ୍ଡି ଜିଲ୍ଲାରୁ ଏକ ବାଇକ ଯୋଗେ ଗୋଟିଏ କଲରାପତରିଆ ବାଘ ଚମଡା ଧରି ଆସୁଥିବା ଦୁଇ ଜଣଙ୍କୁ ପ୍ରଥମେ ଧରିଥିଲେ ବନ ବିଭାଗ କର୍ମଚାରୀ। ସେଭଳି ନନ୍ଦାହାଣ୍ଡି ବ୍ଲକ ଉଶିରିପଦର ଗାଁ ନିକଟରେ ବାଇକ ଯୋଗେ ଦୁଇଟି କଲରାପତରିଆ ବାଘ ଚମଡା ଧରି ଯାଉଥିବା ବେଳେ ବନ ବିଭାଗ ହାତରେ ଧରା ପଡିଛନ୍ତି ଅନ୍ୟ ଦୁଇଜଣ। ତେବେ ଦୁଇଟି ପୃଥକ ପୃଥକ ଘଟଣାରେ ୩ ଟି ବାଘ ଚମଡା, ଦୁଇଟି ବାଇକ, ୪ଟି ମୋବାଇଲ ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଚାରି ଗିରଫଙ୍କ ମଧ୍ୟରେ ତ୍ରିନାଥ ନାୟକ ଓ ସୁରେନ୍ଦ୍ର ନାୟକ କଳାହାଣ୍ଡି ଜିଲ୍ଲା ମହୁଲପଦର ଗାଁର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁପ୍ତଚନ୍ଦ୍ର ଟାକ୍ରୀ ଓ ପ୍ରହ୍ଲାଦ ନାୟକ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିରିଗୁଡା ଗାଁର ବୋଲି ବନବିଭାଗ କହିଛି। ଅଭିଯୁକ୍ତ ମାନଙ୍କ ଠାରୁ ଜବତ ମୋବାଇଲ କୁ ଧରି କେଉଁ କେଉଁ ମାନେ ଏହି ରାକେଟରେ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ଏହି ବାଘଚମଡା କେଉଁଠିକୁ ଯାଉଥିଲା ଏବଂ ଅନ୍ୟ କେହି ଏଥିରେ ସାମିଲ ଅଛନ୍ତି ତାହାର ତଦନ୍ତ କରାଯାଉଛି ବୋଲି ନବରଙ୍ଗପୁର ଜିଲ୍ଲା ବନ ବିଭାଗ ଅଧିକାରୀ ମଗର ଧାନାଜି ରାଉସ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories