www.samajalive.in
Monday, December 8, 2025
27.1 C
Bhubaneswar

ଉଛୁଳା ନଦୀ ପାର ହୋଇ ଡ଼ଙ୍ଗାରେ ଯାଇ ବିବାହ ବନ୍ଧନରେ ବାନ୍ଧିହେଲେ ଯୁବକ

ଫୁଲବାଣୀ/କ.ନୂଆଗାଁ : ପୂର୍ବରୁ ଅନେକ ବିବାହ ଘଟିଛି ଉକ୍ତ ଗ୍ରାମରେ। କିନ୍ତୁ ସ୍ୱାଧୀନତାର ୭୪ ବର୍ଷ ପରେ ଏହା ହେଉଛି ପ୍ରଥମ ବିବାହ ଯେଉଁଠାରେ ଜଣେ ବର କମାଙ୍ଗିନଦୀର ଅକାତକାତ ପାଣିରେ ସାହାସର ସହିତ କାଠ ଡ଼ଙ୍ଗାରେ ଉକ୍ତ ନଦୀ ପାର ହୋଇ ପହଞ୍ଚିଥିଲେ କମାଙ୍ଗି ଗ୍ରାମରେ। ବର ଦିଗାମ୍ବର ପ୍ରଧାନଙ୍କ ସହିିତ ସାମିଲ୍‍ ହୋଇଥିଲେ ପରିବାରର ବଡ଼ଭାଇ ଲୁକାସ ପ୍ରଧାନ ସହିତ ଅନ୍ୟ ସମ୍ପର୍କିୟମାନେ। ପ୍ରାୟ ୧୦ ଜଣ ମହିଳା ଓ ପୁରୁଷ ଡ଼ଙ୍ଗାପାର କରି କମାଙ୍ଗି ଗ୍ରାମରେ ପହଞ୍ଚିବା ପରେ ହୋଇଥିଲା ବିବାହ ଉତ୍ସବ କାର୍ଯ୍ୟକ୍ରମ। ଯେଉଁଥିରେ କୋଭିଡ଼୍‍ ନିୟମ ପ୍ରକାରେ , ଉଭୟ ପକ୍ଷରୁ ୪୦ ଜଣ ଉପସ୍ଥିତରେ ହୋଇଥିଲା ବିବାହ କାର୍ଯ୍ୟକ୍ରମ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ସିର୍ତ୍ତିଗୁଡ଼ା ପଂଚାତୟର ୬ ନମ୍ବର ୱାର୍ଡ଼ କମାଙ୍ଗି ଗ୍ରାମରେ। ବିବାହ ପରେ ଉଭୟ ପରିବାର ବର ଓ କନ୍ୟାକୁ ଆର୍ଶିବାଦ ଦେବା ସହିତ ପ୍ରଥମଥର ଜଣେ ଏଭଳି ଅକାତକାତ ପାଣିରେ ଆସି ବିବାହ କରିଥିବା ଯୋଗୁଁ ଗ୍ରାମରେ ଏହା ବେଶ୍‍ ଆଲୋଚ୍ୟର ବିଷୟ ହୋଇଛି। ବିବାହ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟ ଡ଼ଙ୍ଗାରେ ପାର ହୋଇ ପହଞ୍ଚିଥିଲେ କମାଙ୍ଗିକୁଳରେ। ଯେଉଁ ସମୟରେ ନଦୀ ପର୍ଯ୍ୟନ୍ତ ଛାଡିବାକୁ ଆସିଲେ ଗ୍ରାମର ସାନ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ।

ଖବର ପ୍ରକାରେ,ମହାମାରି କରୋନା ଯୋଗୁଁ ରାଜ୍ୟରେ ଘୋଷିତ ହୋଇଥିଲା ଲକଡ଼ାଉନ୍‍ ଓ ସଟ୍‍ ଡ଼ାଉନ୍‍। ସାମାଜିକ ଦୂରତ୍ୱା ଓ ବିଭିନ୍ନ କଟକଣା ମଧ୍ୟରେ ବିବାହ ମଧ୍ୟ ଏକ ପ୍ରକାର ବାରଣ କରାଯାଇଥିଲା। କିଛି ବ୍ୟକ୍ତି ସେହି ସମୟରେ ସରକାରଙ୍କ ନିୟମକୁ ନମାନି ବିବାହ କରି ଗିରଫ ମଧ୍ୟ ହୋଇଥିଲେ। ଏହା ସହ କେତେକ ସୋସିଆଲ୍‍ ମିଡ଼ିଆ ମାଧ୍ୟମରେ ବିବାହ କରିଥିଲେ। କିନ୍ତୁ କେତେକ ସରକାରଙ୍କ ନିୟମକୁ ମାନି ବିବାହ ଭଳି କାର୍ଯ୍ୟକ୍ରମକୁ ସ୍ଥଗିତ କରିଥିଲେ। ସରକାରଙ୍କ ସମସ୍ତ କଟକଣା ଉଚ୍ଛେଦ ପରେ କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ସିର୍ତ୍ତିଗୁଡ଼ା ପଂଚାୟତ ୬ ନମ୍ବର ୱାର୍ଡ଼ର କମାଙ୍ଗି ଗ୍ରାମରେ ନିୟମକୁ ଅନୁସରଣ କରି ଅନୁଷ୍ଠିତ ହୋଇଛି ଆଜି ଏକ ବିବାହ କାର୍ଯ୍ୟକ୍ରମ। ଉକ୍ତ ଗ୍ରାମର ଦୁନି ପ୍ରଧାନ ଓ ସ୍ତ୍ରୀ କନାଡ଼ି ପ୍ରଧାନଙ୍କ ଝିଅ ଭାନୁମତି ପ୍ରଧାନଙ୍କୁ ବିବାହ କରିବା ପାଇଁ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଂଚାୟତର ସୁକାଲଦା ଗ୍ରାମର ଅଧିବାସୀ ରାଜୀବ ପ୍ରଧାନଙ୍କ ପୁଅ ଦିଗାମ୍ବର ପ୍ରଧାନଙ୍କ ସହିତ ପୂର୍ବର ନିର୍ବନ୍ଧ ହେବା ସହିତ ବିବାହ ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ ଯେଉଁ ସମୟରେ ତାରିଖ ଘୋଷଣା କରାଯାଇଥିଲା ସେହି ସମୟରେ କରୋନା କଟକଣା ଯୋଗୁଁ ଓ ଦିନକୁ ଦିନ କରୋନା ଦୃତ ଗତିରେ ବୃଦ୍ଧି ଯୋଗୁଁ ଏହି ବିବାହକୁ ସ୍ଥଗିତ ରଖାଯାଇଥିଲା।

- Advertisement -

ବର୍ତ୍ତମାନ ଲକ୍‍ଡ଼ାଉନ୍‍ ଉଠିଯିବା ପରେ ବିବାହର ପ୍ରତିବନ୍ଧକ ସାଜିଥିଲା ଭରା ନଈ। ବର୍ତ୍ତମାନ ଲଗାଣବର୍ଷା ଯୋଗୁଁ ଜଳସ୍ଥର ବୃଦ୍ଧି ପାଉଛି। ଫଳରେ ଲୋକେ ନଦୀପାର କରି ଯାଇନପାରି ଜଳବନ୍ଦୀଭାବେ ଜୀବନ ବିତାଉଛନ୍ତି। ଏଭଳି ସ୍ଥିତିରେ ଉଛୁଳା ନଦୀରେ ଡ଼ଙ୍ଗା ମାଧ୍ୟମରେ ନୀଦପାର କରି ବରଘର ଆସି ଗ୍ରାମରେ ପହଞ୍ଚିବା ଏହାର ଗ୍ରାମରେ ପ୍ରଥମ ବୋଲି ଗ୍ରାମର ବହୁ ବରିଷ୍ଠମାନେ ପ୍ରକାଶ କରିଛନ୍ତି। ଏଭଳି ବର୍ଷା ସମୟରେ ଓ ନଦୀଭରା ସମୟରେ ବିବାହ ମଧ୍ୟ ପ୍ରଥମ ହୋଇଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଥିବା ବେଳେ ନିଜ ଜୀନବସାଥି ପାଇଁ ବର ଏଭଳି ପରିସ୍ଥିତିରେ ମଧ୍ୟ ନଦୀ ପାର ହୋଇ ବିବାହ କରିଥିବା ଯୋଗୁଁ କନ୍ୟାପକ୍ଷର ବଡ଼ଭାଇ ସୁଧାଂଶୁ ପ୍ରଧାନ , ଟୁନା ପ୍ରଧାନ , ଅଜୟ ପ୍ରଧାନ , ଅଜିତ୍‍ ପ୍ରଧାନ , ସୁବଳ ପ୍ରଧାନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି।
ଅନ୍ୟପକ୍ଷରେ ଉକ୍ତ ନଦୀଉପରେ ପୋଲ ନିର୍ମାଣ ପାଇଁ ପୂର୍ବରୁ ବାରମ୍ବାର ଦାବିପରେ ଜିଲା ପ୍ରଶାସନ ପକ୍ଷରୁ ପୋଲ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ଲୋକେ ପୂର୍ବପରି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ମଧ୍ୟ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ପୋଲ କାମ ସମାପ୍ତ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories