www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସ ତଥା ଭିକୁ ସେଠ୍‌ଙ୍କ ପରଲୋକ

ଭୁବନେଶ୍ବର: ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସ ତଥା ଭିକୁ ସେଠ୍‌ଙ୍କ ପରଲୋକ। ଭିକୁ ସେଠ୍‌ ନାମରେ ଘରେ ଘରେ ପରିଚିତ ଥିଲେ ମହେନ୍ଦ୍ର ଦାସ। ମାତ୍ର ୫୫ ବର୍ଷରେ ଭିକୁ ସେଠ୍‌ଙ୍କ ଶେଷ ନିଃଶ୍ବାସ ତ୍ୟାଗ। ଛାତିରେ ଯନ୍ତ୍ରଣା ଅନୁଭବ ପରେ ଚୌଦ୍ବାରରୁ କଟକ ନେବା ବାଟରେ ମୃତ୍ୟୁ। ପରଲୋକ ନେଇ ମହେନ୍ଦ୍ର ଦାସଙ୍କ ସମ୍ପର୍କୀୟଙ୍କ ସୂଚନା। ‘ଶାଗୁଣା ବସିଛି ଡେଣା ମେଲାଇ’ର ଲୋକପ୍ରିୟ କଳାକାର ଭିକୁ ସେଠ୍‌। ଜନତା ଗଣନାଟ୍ୟର ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ନାଟକ ତାଙ୍କ ପାଇଁ ସୁପରଡୁପର ହିଟ୍‌ ହୋଇଥିଲା। ଏହି ଯାତ୍ରାରେ ‘ଭିକୁ ସେଠ୍‌’ ଭାବେ ତାଙ୍କ ଚରିତ୍ର ଓ ଡାଏଲଗକୁ ଆଜିଯାଏଁ ମନେ ରଖିଛନ୍ତି ଦର୍ଶକ। ମହେନ୍ଦ୍ର ଦାସ ଏହି ଯାତ୍ରାରେ ‘ଭିକୁ ସେଠ୍‌’ ଭାବେ ଅଭିନୟ କରିଥିଲେ ଏବଂ ସେହି ଦିନଠାରୁ ସେ ‘ଭିକୁ ସେଠ୍‌’ ଭାବେ ସାରା ରାଜ୍ୟରେ ପରିଚିତ ଲାଭ କରିଥିଲେ।

ମଞ୍ଚ ଅଭିନେତା ମହେନ୍ଦ୍ର ଦାସ ଖଳନାୟକ ଚରିତ୍ରରେ ମଞ୍ଚକୁ ଆସିବା ପରେ ଦର୍ଶକଙ୍କ ତାଳିରେ ଫାଟି ପଡୁଥିଲା ପୁରା ପରିବେଶ। ଗୌରୀ ଓ କଳିଙ୍ଗ ଗଣନାଟ୍ୟରେ ସେ ବହୁଦିନ ଧରି କାମ କରିଥିଲେ । ଗୋଟିଏ ସମୟରେ ତାଙ୍କୁ ନେଇ କଳିଙ୍ଗ ଗଣନାଟ୍ୟ ମଧ୍ୟ ନିଜର ପରିଚୟ ତିଆରି କରିଥିଲା। ପାର୍ବତୀ ଗଣନାଟ୍ୟ ଓ ଧଉଳି ଗଣନାଟ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି।

- Advertisement -

ଉଲ୍ଲେଖନୀୟ ବିଷୟ ହେଲା ଯେ ମହେନ୍ଦ୍ର ଦାସ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ଯଶୋଦା’ରେ ମଧ୍ୟ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories