www.samajalive.in
Monday, December 8, 2025
20.1 C
Bhubaneswar

ବଙ୍ଗୋମୁଣ୍ଡା ବ୍ଲକରେ ୟୁରିଆ ସାରର ଅଭାବ ଅଭିଯୋଗ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଗତ କିଛି ଦିନ ପୂର୍ବରୁ ବଙ୍ଗୋମୁଣ୍ଡା ଅଞ୍ଚଳରେ ୟୁରିଆ ସାର ଚଢା ଦରରେ ବିକ୍ରି ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଅଞ୍ଚଳରେ ୟୁରିଆ ସାର ମିଳୁନଥିବାରୁ ଚାଷୀ ୟୁରିଆ ସାର ପାଇଁ ହନ୍ତସନ୍ତ ହେଉଛନ୍ତି। ସାରର ଅଭାବ ଯୋଗୁଁ କିଛି କଳାବଜାରୀ ଚଢା ଦରରେ ସାର ବିକ୍ରୀ କରିବା ସହ କେଜି  ୧୪ ଟଙ୍କାରେ ବିକ୍ରି କରୁଛନ୍ତି। ୟୁରିଆ ସାର ମିଳୁନଥିବାରୁ ଚାଷୀ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ବଙ୍ଗୋମୁଣ୍ଡା ବ୍ଲକରେ ୧ ଟି ହୋଲସେଲର ଏବଂ ୫୬ ଟି  ରିଟେଲରଙ୍କ ମାଧ୍ୟମରେ ଚାଷୀ ସାର, ବିହନ, କୀଟନାଶକ ପାଉଥିବା ବେଳେ ଚଢା ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। କଳା ବଜାରୀକୁ ରୋକିବା ପାଇଁ ଦାୟିତ୍ୱରେ ରହିଥିବା ‘ର୍ଟିଲାଇଜଇ ଇନିସପେକ୍ଟର ତଥା ସହକାରୀ କୃଷି ଅଧିକାରୀ ଅମିତ ପଟେଲ ବିଭିନ୍ନ ରିଟେଲର ଗୁଡିକ ବୁଲି ଅନ୍ୟୁନ କରିବା ସହ ଚଢା ଦରରେ ବିକ୍ରି ଅଭିଯୋଗ ହୋଇଥିବା ୨୨ଟି ରିଟେଲରକୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣାପଡିଛି।

ସାର ର କଳା ବଜାରୀ ଯୋଗୁଁ ଆନେକ ଚାଷୀ ସାର ପାଇପାରୁନଥିବା ବେଳେ ଏହାର ଅଧିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୁଏ। ଗତ  ମାସରେ ବଙ୍ଗୋମୁଣ୍ଡା ହୋଲସେଲରଙ୍କ ନିକଟକୁ  ୧୨୫ ଟନ ୟୁରିଆ ଆସିଥିବା ବେଳେ ବର୍ତ୍ତମାନ ୟୁରିଆ ର ଷ୍ଟକ ନଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାପଡିଛି। ସାରର କଳାବଜାରୀ ଯୋଗୁଁ ଅନେକ ଚାଷୀ ୟୁରିଆ ସାର ପାଇପାରୁନଥିବା ବେଳେ ସାର ଦୋକାନୀମାନେ ଗଚ୍ଛିତ ରଖି ସାର ନାହିଁ ବୋଲି ଚାଷୀଙ୍କୁ ଫେରାଇ ଦେଇ ପରେ ଚଢା ଦରରେ ସାର ବିକ୍ରି କରାଯାଉଥିବା ନେଇ ଉଠୁଥିବା ଅଭିଯୋଗ ବେଳେ ତଦନ୍ତ ସାପେକ୍ଷ। ବଙ୍ଗୋମୁଣ୍ଡା ବ୍ଲକରେ ସାରର କଲାବଜାରୀ ରୋକିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ୟୁରିଆର ଅଭାବୀ ଦୂର କରାଯାଇ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ପାଇଁ  ଚାଷୀ ମହଲରେ ଦାବି ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories