www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟୁତ୍‍ ଆଘାତରେ ଶ୍ରମିକ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ଠାରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍‍ ଆଘାତରେ ଜଣେ ଶ୍ରମିକ ଗୁରୁତର ହୋଇ ପଡ଼ିଥିବା ବେଳେ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ନେବାପାଇଁ ମିଳି ନ ଥିଲା କୌଣସି ପ୍ରକାର ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ବଲସକୁମ୍ଫା ସମିତିସଭ୍ୟ ସରୋଜ କୁମାର ସାହାଣି ନିଜ ବାଇକରେ ଅନ୍ୟ ଜଣଙ୍କ ସହାୟତାରେ ନେଇଥିଲେ ଚିକିତ୍ସାପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ। ସେଠାରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଯୁବ ସ୍ୱେଚ୍ଛାସେବୀ ବିଦୂର ବେହେରା ଓ ଅନ୍ୟମାନେ ଦେଖାଚାହାଁ କରୁଛନ୍ତି।

ଖବର ପ୍ରକାରେ, ଉଦ୍ୟାନ ବିଭାଗ ପକ୍ଷରୁ ଆଜି ସଂପୃକ୍ତ ଅଞ୍ଚଳରେ ଚାଷୀମାନଙ୍କୁ ପ୍ରଦାନ ପାଇଁ ଏକ ଟ୍ରକରେ ତାରଜାଲି ଆସିଥିଲା। ବଲସକୁମ୍ଫା ସ୍ଥିତ ଦେବିଛକ ଠାରେ ଉକ୍ତ ତାରଜାଲି ଓହ୍ଲାଉଥିବା ଟ୍ରକ୍‍ ଉପର ଦେଇ ଯାଇଥିବା ୪୦୦ ଭୋଲ୍ଟ ବିଦ୍ୟୁତ୍‍ ଅଚାନକ ଭାବେ ଲାଗିଥିଲା ଶ୍ରମିକଭାବେ କାର୍ଯ୍ୟକରୁଥିବା ରୁଜାଙ୍ଗି ଗ୍ରାମର ବିଶ୍ୱଜିତ୍‍ କହଁର(୩୦)ଙ୍କୁ। ସେ ପାଟିକରିବାରୁ ଆଖ ପାଖରେ ଥିବା ଲୋକେ ତୁରନ୍ତ ବିଦ୍ୟୁତ୍‍ ବିଭାଗ କନିଷ୍ଠଯନ୍ତ୍ରୀ ଅନିଲ୍‍ ପରିଡ଼ାଙ୍କୁ ଫୋନ୍‍ ମାଧ୍ୟମରେ ଜଣାଇବା ପରେ ଅବିଳମ୍ବେ ବିଦ୍ୟୁତ୍‍ କାଟ ଯୋଗୁଁ ଶ୍ରମିକ ଜଣକ ବର୍ତ୍ତିଯାଇଥିଲେ ମଧ୍ୟ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ଚିକିତ୍ସାଳୟକୁ ନେବାପାଇଁ ଖଜୁରିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ନଥିବା ଦର୍ଶାଯାଇଥିଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ। ପରେ ବାଧ୍ୟ ହୋଇ ସମିତିସଭ୍ୟ ଓ ଅନ୍ୟମାନେ ଶ୍ରମିକଙ୍କୁ ଡ଼ାକ୍ତରଖାନା ନେଇଥିଲେ। ତେବେ ଉକ୍ତ ଟ୍ରକର ଚାଳକ ଘଟଣା ସ୍ଥଳରୁ ଫେରାର୍‍ ହୋଇଯାଇଥିବା ବେଳେ ଖବର ପାଇଁ ଘଟଣା ସ୍ଥଳରେ ଖଜୁରିପଡ଼ା ପୁଲିସ୍‍ ପହଞ୍ଚି ଟ୍ରକକୁ ଜବତ କରି ଖଜୁରିପଡ଼ା ଥାନାକୁ ନେଇଥିବା ପ୍ରକାଶ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories