www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ଭାରତର ଏହି ଗାଁକୁ କୁହାଯାଏ ଜ୍ୱାଇଁଙ୍କ ଗାଁ

ସାଧାରଣତଃ ଝିଅମାନଙ୍କ ବିବାହ ପରେ ସେମାନେ ନିଜ ଶାଶୁ ଘରକୁ ଯାଆନ୍ତି ଓ ନିଜ ବାକି ଜୀବନ ସେଠାରେ ହିଁ ଅତିବାହିତ କରିଥାଆନ୍ତି। ମାତ୍ର ଆମ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ଶାଶୁ ଘରକୁ ଯାଆନ୍ତି ନାହିଁ ବରଂ ଜ୍ୱାଇଁ ହିଁ ଝିଅ ଘରକୁ ଆସି ରହିଥାଆନ୍ତି। ଉତ୍ତରପ୍ରଦେଶର କୌଶାମ୍ବି ଜିଲାରେ ସ୍ଥିତ ଏହି ଗାଁର ନାମ ହିଙ୍ଗୁଲପୁର। ହିଙ୍ଗୁଲପୁରକୁ ଜ୍ୱାଇଁ ଗାଁ ବୋଲି ମଧ୍ୟ କୁହାଯାଏ।
ପୂର୍ବରୁ ଏପରି ସମୟ ଥିଲା, ଯେବେ ଏହି ଗାଁ ରେ କନ୍ୟା ଭ୍ରୁଣ ହତ୍ୟା ଓ ଯୌତୁକ ଜନିତ ହତ୍ୟା ଏଠାରେ ଅଧିକ ହେଉଥିଲା । ମାତ୍ର ଆଜିର ସମୟରେ ଏଠାକାର ଗ୍ରାମବାସୀ ନିଜ ଗାଁର ଝିଅଙ୍କୁ ବଞ୍ଚାଇବା ପାଇଁ ଭିନ୍ନ ପ୍ରଣାଳୀ ଆପଣାଇଛନ୍ତି। ଗାଁର ମୁରୁବୀମାନେ ଝିଅମାନଙ୍କର ବିବାହପରେ ତାଙ୍କୁ ଘରେ ରଖିବା ପାଇଁ ନିଷ୍କତି ନେଲେ। ଗାଁର ସମସ୍ତ ଲୋକେ ଏହି ପ୍ରଥାକୁ ଆଣାଇଲେ। ଝିଅମାନଙ୍କ ବିବାହ ସ୍ଥିର ହେବା ସମୟରେ ପୁଅ ଘର ଲୋକଙ୍କୁ ଏହି ସର୍ତ୍ତ ବିଷୟରେ କୁହାଯାଏ।
ଗାଁରେ ରହିବାକୁ ଆସୁଥିବା ଜ୍ୱାଇଁ ରୋଜଗାରରେ ସମସ୍ୟା ନହେବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ବନ୍ଦୋବସ୍ତ କରାଯାଇଥାଏ। ହିଙ୍ଗୁଲପୁର ଗାଁର ନିକଟ ଜିଲା କାନପୁର, ଫତେପୁର , ପ୍ରତାପଗଡ଼, ହଲାହାବାଦ ଓ ବାନ୍ଦାରେ ଜ୍ୱାଇଁ ରହିଛନ୍ତି। ଏହି ଗାଁର ବିବାହିତ ଝିଅମାନେ ନିଜ ସ୍ୱାମୀଙ୍କ ସହ ଘର ସଂସାର ଆରମ୍ଭ କରିସାରିଛନ୍ତି।
ଭାରତର କେବଳ ହିଙ୍ଗୁଲପୁର କେବଳ ଏକ ଗାଁ ନୁହେଁ ବରଂ ମଧ୍ୟପ୍ରଦେଶର ନରସିଂହପୁର ଜିଲା ମୁଖ୍ୟାଳୟ ନିକଟରେ ଏପରି ହିଁ ଏକ ଗାଁ ରହିଛି ଯେଉଁଠାରେ ଜ୍ୱାଇଁ ଆସି ରହିଥାଆନ୍ତି। ଏଠାକାର ବିତଲୀ ନାମକ ଗାଁ ଜ୍ୱାଇଁଙ୍କ ଗାଁ ନାମରେ ଜଣାଶୁଣା।
ବିବାହ ପରେ ମଧ୍ୟ ଝିଅମାନଙ୍କୁ ନିଜ ପାଖରେ ରଖିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଝିଅର ବାହାଘର  ଦୂରରେ କରିବା ଦ୍ୱାରା ପୁଅଙ୍କ ବିଷୟରେ ସଠିକ ତଥ୍ୟ ମିଳିପାରି ନଥାଏ। ଅଧାସତ ଜାଣି ବାହାଘର କରିବା ପରେ କେତେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ମଧ୍ୟ ଝିଅମାନଙ୍କ ସହ ଜ୍ୱାଇଁ ଘରେ ରହିବାର ପରମ୍ପରା ଚାଲୁ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories