www.samajalive.in
Monday, December 8, 2025
27.1 C
Bhubaneswar

ଧର୍ମାନୁଷ୍ଠାନ ​‌ଖୋଲା ରଖିବାକୁ ଅନୁମତି ପ୍ରସଙ୍ଗ; ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବା ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ଧର୍ମାନୁଷ୍ଠାନ ଖୋଲା ରଖିବାକୁ ଅନୁମତି ଦେଇଥିବାବେଳେ ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ଏପରି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ସବୁ ନାଗରିକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ କରୁଛି। ୨୦୨୦, ଜୁନ୍ ୮ରୁ ଧର୍ମାନୁଷ୍ଠାନ ସାଧାରଣଙ୍କ ଲୋକଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲା ଯାଇ ପାରିବ ବୋଲି ୨୦୨୦, ମେ’ ୩୧ରେ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଥିଲେ। ଏହାପରେ ଅଗଷ୍ଟ ୨୯‌େର କେନ୍ଦ୍ର ସରକାର ଜାରି କରିଥିବା ସାନି ନିୟମାବଳୀରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାର କଟକଣା ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ନେବେ ବୋଲି ସ୍ପଷ୍ଟ କରାଯାଇଥିଲା; କିନ୍ତୁ ରାଜ୍ୟ ସରକାର ଅଗଷ୍ଟ ୩୧ରେ ସାନି ନିୟମାବଳୀ ଜାରି କରି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ଉପରେ ଅଙ୍କୁଶ ଜାରି କରିଥିଲେ।

- Advertisement -

ଏହା କେନ୍ଦ୍ର ସରକାରଙ୍କ ନିୟମାବଳୀର ଉଲ୍ଲଘଂନ କରୁଛି ଓ ଏପରି ନିୟମ ରଦ୍ଦ କରାଯିବା ଯୋଗ୍ୟ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ସ୍ଥିତି‌େ‌ର କଣ୍ଟେନମେଣ୍ଟ ଜୋନ ନଥିବା ପୁରୀ ସହରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଧର୍ମପୀଠ ଓ ଉପାସନା ଗୃହ ସାଧାରଣ ଲୋକଙ୍କ ପାଇଁ ଖୋଲିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲାପାଳ, ଏସପି, ଦେବୋତ୍ତର କମିସନର, ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂ‌ଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories