www.samajalive.in
Monday, December 8, 2025
27.1 C
Bhubaneswar

+୩ ଫର୍ମପୂରଣ ଆରମ୍ଭ, ୨୨ରେ ଆବେଦନ ଶେଷ

ଭୁବନେଶ୍ୱର :ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ପାଇଁ ଫର୍ମପୂରଣ ମଙ୍କଳବାରଠାରୁ ଆରମ୍ଭ ହୋଇଛି। ସାମ୍ସ ଇ-ଆଡମିସନ୍‌ ଜରିଆରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ www.dheodisha.gov.in ଓ www.samsodisha.gov.in ୱେବସାଇଟ୍‌କୁ ଲଗ୍‌ଇନ୍‌ କରି କମନ ଆପ୍ଲିକେସନ ଫର୍ମ(ସିଏଏଫ) ପୂରଣ କରିପାରିବେ। ସେପ୍ଟେମ୍ବର ୨୨ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନର ଶେଷ ତାରିଖ ରହିଛି।

ପ୍ରଥମ ଦିବସରେ ରାଜ୍ୟର ୧ ହଜାରେ ୨୯ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟ ୧୩ ହଜାର ୬୨ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ୮ହଜାର ୯୨ ବିଦ୍ୟାର୍ଥୀ ଆବେଦନ କରିଥିବାବେଳେ ୬ ହଜାର ୬୪୮ ଜଣ ବିଦ୍ୟାର୍ଥୀ ଦେୟ ପୈଠ କରିଛନ୍ତି। ୨୮ ତାରିଖ ପୂର୍ବାହ୍ଣ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ। ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅନ୍‌ଲାଇନ୍‌ରେ ଅପଡେଟ୍‌ ହେବ। ୩ ତାରିଖ ସନ୍ଧ୍ୟା ୫ଟାରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ସେ ସମ୍ବନ୍ଧର ତଥ୍ୟ ୱେବସାଇଟରେ ଉପଲବ୍ଧ ରହିବ। ୨୯ ସେପ୍ଟେମ୍ବରରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପର ପସନ୍ଦ କଲେଜରେ ଆବେଦନ କରିବା ପାଇଁ ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ଫର୍ମପୂରଣ କରିବାକୁ ପଡ଼ିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories