www.samajalive.in
Sunday, December 7, 2025
15.1 C
Bhubaneswar

ବିଶିଷ୍ଟ ପାଲାଗାୟକ ଧ୍ରୁବ ପ୍ରଧାନଙ୍କ ପରଲୋକ

ଆଠଗଡ: ଆଠଗଡ ଅଞ୍ଚଳର ସୁନାମଧନ୍ୟ ପାଲାଗାୟକ, କବି, ଲେଖକ ତଥା ପାଲା ଗୁରୁ ଧ୍ରୁବ ଚରଣ ପ୍ରଧାନ (୬୮)ଙ୍କର ଶନିବାର ସକାଳେ ହୃଦ୍‍ଘାତରେ ପରଲୋକ ହୋଇଛି। କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ପାଟେଣିଗାଁ ଗ୍ରାମର ଶ୍ରୀ ପ୍ରଧାନ ହୃଦ୍‍ଘାତରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ। ଆଠଗଡ ଅଞ୍ଚଳ ତଥା ରାଜ୍ୟରେ ଜଣେ ଅତ୍ୟନ୍ତ ଲୋକପ୍ରିୟ ପାଲାଗାୟକ, ଲେଖକ ଓ କବି ଭାବରେ ସୁପରିଚିତ ଥିବା ସ୍ୱର୍ଗତ ପ୍ରଧାନ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଉପାଧି ପାଇଥିଲେ। ଦୂରଦର୍ଶନରେ ସେ ନିୟମିତ ପାଲା ପରିବେଷଣ କରି ବେଶ୍‍ ଲୋକପ୍ରିୟ ହୋଇପାରିଥିଲେ। ଆଠଗଡ-ବାଙ୍କୀ ଅଞ୍ଚଳରେ ପାଲା ଗାୟକ ଓ କଳାକାରମାନଙ୍କର ଏକ ସଂଗଠନ ଗଠନରେ ଶ୍ରୀ ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ-ବୋହୂ, ଦୁଇ ଝିଅ-ଜ୍ୱାଇଁ, ନାତି ନାତୁଣୀ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ନଦୀକୂଳ ପଞ୍ଚାୟତ ଗୁଡିକ ଓ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି, ଆଠଗଡ ଅଞ୍ଚଳର ପାଲାଗାୟକ, ବାୟକ ଓ ଅନ୍ୟ କଳାକାର ତାଙ୍କ ପାଟେଣିଗାଁସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧ୍ରୁବ ବାବୁଙ୍କ ବିୟୋଗ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ତାଙ୍କ ଶେଷକୃତ୍ୟ ସମୟରେ ପାଟେଣିଗାଁର ଶ୍ମଶାନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, କଟକିଆସାହି ଓ ମେଘାର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ବିଜେଡି ନେତା ମଧ୍ୟ ଶ୍ରୀ ପ୍ରଧାନଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗ୍ରାମ ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା ସଂପନ୍ନ ହୋଇଥିବା ବେଳେ ବଡପୁଅ ବିଭୂତି ଭୁଷଣ ମୁଖାଗ୍ନି ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories