www.samajalive.in
Sunday, December 7, 2025
15.1 C
Bhubaneswar

ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶିତ, କେନ୍ଦୁଝର ଜିଲାର ପାସ୍‍ ହାର ୬୦.୫୦%

କେନ୍ଦୁଝର : ଶନିବାର ଅପରାହ୍ନରେ ଯୁକ୍ତ୨ କଳା ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲାର ପରୀକ୍ଷାଫଳ ବାରିପଦା ଜୋନର ସବୁଠାରୁ କମ୍‍ ବୋଲି ସୂଚନା ମିଳିଛି। ପରୀକ୍ଷା ଫଳକୁ ନେଇ ଭିନ୍ନ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅବଶ୍ୟ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ପରୀକ୍ଷା ଫଳ ଭଲ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ପ୍ରକାଶ ପାଇଥିବା ଯୁକ୍ତ ୨ କଳାରେ ବାରିପଦା ଜୋନର ବାଲେଶ୍ୱର ଜିଲାର ପରୀକ୍ଷା ଫଳ ଶତକଡା ୭୪.୬୪ ହୋଇଥିବାବେଳେ ମୟୁରଭଞ୍ଜ ଜିଲାର ପରୀକ୍ଷାଫଳ ୭୨.୫୪% ହୋଇଥିବା ସୂଚନା ମିଳିଛି। ସେହିପରି ଉକ୍ତ ଜୋନର ଭଦ୍ରକ ଜିଲାର ଫଳ ୭୧.୨୬% ହୋଇଥିବାବେଳେ କେନ୍ଦୁଝର ଜିଲାର ୬୦.୫୦% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ତେବେ କେନ୍ଦୁଝର ଜିଲାରୁ ଚଳିତ ବର୍ଷ ମୋଟ୍‍ ୮୦୩୪ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ କଳା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮୬୧ ଜଣ ଛାତ୍ରଛାତ୍ରୀ ପାସ୍‍ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୪୯୩ ଜଣ ପ୍ରଥମ ଶ୍ରେଣୀରେ,୭୨୪ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୩୬୪୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବାରିପଦା ଜୋନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଜିଲାର ୨ ଜଣ ପିଲା କମ୍ପାର୍ଟମେଣ୍ଟାଲରେ ପାସ୍‍ କରିଥିବା ସୂଚନା ମିଳିଛି। ସେହିପରି ପତ୍ର ବିନିମୟ ପାଠ୍ୟକ୍ରମରେ ମଧ୍ୟ ବାରିପଦା ଜୋନରେ କେନ୍ଦୁଝର ଜିଲା ପଛୁଆ ରହିଛି। କେନ୍ଦୁଝର ଜିଲାର ୪୫୪ଜଣ ଛାତ୍ରଛାତ୍ରୀ +୨ ପତ୍ର ବିନିମୟ ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୬ଜଣ ପାସ୍‍ କରିଛନ୍ତି। ଏଥିମଧ୍ୟରୁ ୨୬ଜଣ ପ୍ରଥମ ଶ୍ରେଣୀରେ, ୧୦୩ଜଣ ଦ୍ୱିତୀୟ ଶ୍ରେଣୀରେ, ୮୩ଜଣ ତୃତୀୟ ଶ୍ରେଣୀରେ ଓ ୧୪ଜଣ କମ୍ପାର୍ଟମେଣ୍ଟାଲରେ ପାସ୍‍ କରିଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories