www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା କ୍ଷୀଣ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି ଡ଼ବ୍ଲ୍ୟୁଏଚଓ (ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ)ର ମୁଖପାତ୍ର ମାର୍ଗାରେଟ ହ୍ୟାରିସ । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଉନ୍ନତ ପରୀକ୍ଷା ଓ କମ୍ପାନୀଗୁଡ଼ିକର ପ୍ରଚେଷ୍ଟା ସତ୍ତ୍ବେ ଉଦ୍ଭାବିତ ଟୀକାର ସଫଳତା ୫୦% ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ।
ଅନ୍ୟପକ୍ଷରେ ଆମେରିକାର ସଂସ୍ଥା ସେଣ୍ଟର ଫର ଡ଼ିଜିଜ୍ କଂଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡ଼ିସି) ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ବା ନଭେମ୍ବର ମାସ ମଧ୍ୟରେ ଦୁଇଟି କରୋନା ଟୀକା ପ୍ରସ୍ତୁତ ହୋଇପାରେ । ଗତ ୨ ସପ୍ତାହ ମଧ୍ୟରେ ସିଡ଼ିସି ଦ୍ବାରା ବିଭିନ୍ନ ଜନସ୍ବାସ୍ଥ୍ୟ ବିଭାଗ ସହ ଜଡ଼ିତ ସଂସ୍ଥାକୁ ପଠାଯାଇଥିବା ଦଲିଲରେ କରୋନା ଟୀକାକୁ ‘‘ଏ’’ ଓ ‘‘ବି’’ ନାମରେ ନାମିତ କରିଛି । ଏହି ଦଲିଲରେ ଟୀକା ସଂକ୍ରାନ୍ତ ଗୁରୁତ୍ବପୂର୍ର୍ଣ ସୂଚନା ଉପଲବ୍ଧ ରହିଛି । ଏହାର ଉଦ୍ଭାବନ,ସହନକ୍ଷମ ତାପମାନ, ମାନକ ଓ ଅନ୍ୟ ପ୍ରସଙ୍ଗ ଏଥିରେ ଉଲ୍ଲେଖ ରହିଛି । ମଡ଼ର୍ଣ୍ଣା ଓ ଫାଇଜର କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । .
ଅନ୍ୟପକ୍ଷରେ ଏଷ୍ଟ୍ରଜେନେକା ଦ୍ବାରା ପ୍ରସ୍ତୁତ କରୋନା ଟୀକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମେରିକାର ୮୦ ସ୍ଥାନରେ ପ୍ରାୟ ୩୦ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ କିଛିଦିନ ତଳେ ଏ ସମ୍ପର୍କରେ ସୂଚନା ଦେଇ ଏହି ଟୀକା ଖୁବ୍ ଶୀଘ୍ର ବଜାରକୁ ଆସିବ ବୋଲି କହିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories