www.samajalive.in
Tuesday, December 9, 2025
16.1 C
Bhubaneswar

ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର ଦାବିରେ ମହିଲାଙ୍କ ଥାନା ଘେରାଉ

ବଲାଙ୍ଗିର : କେତେ ଟଙ୍କା ଲାଞ୍ଚ ଖାଇଛନ୍ତି ଆପଣ..ଅଭିଯୁକ୍ତ ଅଙ୍ଗନୱାଡି କର୍ମୀଙ୍କୁ ସୁରକ୍ଷା ଦେବା ପଛରେ ଆପଣ ନିଜେ ଅଛନ୍ତି…ବାରମ୍ବାର ଆମେ ଆପଣଙ୍କ ପାଖକୁ ଆସୁଛୁ କିନ୍ତୁ ଆପଣ ପଦକ୍ଷେପ ଗ୍ରହଣ କରିବା ବଦଳରେ ଆମକୁ ବାହାର କରୁଛନ୍ତି…ଏହେଉଛି ବଲାଙ୍ଗିର ୱାର୍ଡ ନଂ ୯ରେ ଥିବା ଜୁନାଡିହିର ମହିଲା ମାନେ ଉପଜିଲାପାଳଙ୍କ ଠାରେ କରିଥିବା ଅଭିଯୋଗ। ଜୁନାଡିହିରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଗତ କିଛି ବର୍ଷ ହେଲା ଅନେକ ଅନିୟମିତତା ହୋଇଆସୁଛି। ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। କିନ୍ତୁ କେହି ଶୁଣୁନାହାନ୍ତି। ଓଲଟି ଅଭିଯୁକ୍ତ କର୍ମୀ ଜଣକ ଉପଜିଲାପାଳଙ୍କୁ ସେ ଲାଞ୍ଚ ଦେଇଥିବା ଓ ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି କହିବୁଲୁଥିବା ସ୍ଥାନୀୟ ମହିଲା ମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା କର୍ମୀକୁ ବହିଷ୍କାର କରିବା ଦାବିରେ ମହିଳା ମାନେ ଆସି ଟାଉନ ଥାନା ଘେରାଉ କରିଥିଲେ।

ବଲାଙ୍ଗିର ପୈାରାଞ୍ଚଳ ୱାର୍ଡ ନଂ ୯ରେ ରହିଛି ଜୁନାଡିହି ପଡା। ସେଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଦାୟିତ୍ୱରେ ଥିବା କର୍ମୀଙ୍କ ନାଁରେ ଗତ କିଛି ବର୍ଷ ହେଲା ଅନେକ ଅଭିଯୋଗ ହୋଇଆସୁଛି। ମା ଓ ଶିଶୁ ମାନଙ୍କ ନାଁ ରେ ଆସୁଥିବା ଛତୁଆ, ବାଦାମ ଲଡୁ, ସୁଜି ହଲୁଆ ପ୍ୟାକେଟ, ପ୍ରାକ ବିଦ୍ୟାଳୟ ଶିଶୁଙ୍କ ପାଇଁ ଆସୁଥିବା ଶୁଖିଲା ଖାଦ୍ୟ ନଦେଇ କର୍ମୀ ଜଣକ ଆତ୍ମସାତ କରୁଛନ୍ତି। ଜାତିଆଣ ଭାବ ଦେଖାଇ ଶିଶୁ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଶିଶୁ ଓ ପ୍ରସୂତିଙ୍କ ପାଇଁ ଆସୁଥିବା ଅଣ୍ଟା ମଧ୍ୟ ନିୟମ ମୁତାବକ ବଣ୍ଟନ ନକରି ଆତ୍ମସାତ କରୁଥିବା ସ୍ଥାନୀୟ ବାସିନ୍ଦା ଗତ ୩ ବର୍ଷ ହେଲା ଅଭିଯୋଗ କରିଆସୁଛନ୍ତି। କିନ୍ତୁ ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ତାଙ୍କୁ ସହଯୋଗ କରାଯାଉଛି। ଏନେଇ ଉପଜିଲାପାଳଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଗଲେ ଅଭିଯୋଗ ଶୁଣିବା ବଦଳରେ ଦୁର୍ବ୍ୟବହାର ପ୍ରଦର୍ଶନ କରି ବାହାର କରିଦିଆଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ସେହି ଅଙ୍ଗନୱାଡି କର୍ମୀ ଜଣକ ଉପଜିଲାପାଳଙ୍କୁ ଲାଞ୍ଚ ଦେଇ ହାତବାରିସି କରିଥିବା ବେଳେ ଉପଜିଲାପାଳ ତାଙ୍କ ହାତରେ ଥିବା ଓ ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ସବୁଆଡେ କହିବୁଲି ଲୋକଙ୍କୁ ଭୟବୀତ କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଗୁରୁତର ସହ ନେଇ ସଂପୃକ୍ତ କର୍ମୀଙ୍କୁ ଚାକିରିରୁ ବହିଷ୍କାର କରିବା ଦାବିରେ ଜୁନାଡିହିର ମହିଳାମାନେ ଶୁକ୍ରବାର ଟାଉନ ଥାନା ଘେରାଉ କରିଥିଲେ। ଉପଜିଲାପାଳ ସଞ୍ଜୟ ମିଶ୍ର ଥାନାକୁ ପହଞ୍ଚି ମହିଳାମାନଙ୍କ ସହ ଆଲୋଚନା ବେଳେ ଆକ୍ରୋଶର ଶୀକାର ମଧ୍ୟ ହୋଇଥିଲେ। ମହିଳାମାନେ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରିଥିବା ବେଳେ ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର ନ କଲେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଉପଜିଲାପାଳ ଘଟଣା ବିବାଦୀୟ ଥିବା କହି ଅନ୍ୟ କୌଣସି ପ୍ରତିକ୍ରିୟା ନଦେଇ ଚାଲିଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories