www.samajalive.in
Monday, December 8, 2025
27.1 C
Bhubaneswar

କାଠ ପୋଲ ଭରଷାରେ ପାଟଦହରାବାସୀ, ଅତିଶୀଘ୍ର ପୋଲ ନିର୍ମାଣ କରିବାକୁ ଦାବୀ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ ଭଇଷାଦାନୀ ପଞ୍ଚାୟତ ଅନ୍ତର୍ଗତ ପଟଦହରା ଗ୍ରାମକୁ ସଂଯୋଗ କରୁଥିବା ନାଳରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଅନୁନ୍ନତ ପାଟଦହରା ଅଞ୍ଚଳ ପାର୍ବତ୍ୟାଞ୍ଚଳ ମଧ୍ୟରେ ରହିଥିବା ବେଳେ ସେମାନେ ସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଏପରିକି ଏହି ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଫଳରେ ଏହି ଅଞ୍ଚଳବାସୀ ଅନ୍ଧାରୀମୂଳକ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି । ତଥାପି ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରାଯାଉନାହିଁ । ବିଶେଷ କରି ବର୍ଷା ମାସରେ ପାଟଦହରା ଅଞ୍ଚଳବାସୀଙ୍କ ପାଇଁ ସେମାନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଇଥାଏ । କାରଣ ଏହି ଅଞ୍ଚଳବାସୀ ଏକ ନାଳ ପାରି ହୋଇ ସେମାନେ ସେମାନଙ୍କ ପଞ୍ଚାୟତ ଭଇଷାଦାନୀ ସହ ବ୍ଲକ ମୁଖ୍ୟାଳୟ ବୋଡେନକୁ ଆସିଥାନ୍ତି । ଏହି ନାଳ କାରଣରୁ ଗର୍ଭବତୀ ମହିଳା ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଯନ୍ତ୍ରଣା ବଢି ଯାଇଥାଏ । ତଥାପି ପ୍ରଶାସନିକ ଉଦାସିନତା କାରଣରୁ ଗ୍ରାମବାସୀ ଏକ କାଠ ପୋଲ ନିର୍ମାଣ କରି ଅତି ବିପଦ୍ଜନକ ଭାବରେ ଯାତାୟତ କରିଥାନ୍ତି । ଅଞ୍ଚଳବାସୀ ଦୀର୍ଘ ବର୍ଷରୁ ଏକ ପୋଲ ନିର୍ମାଣ ନେଇ ଦାବୀ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଜିଲା ପ୍ରଶାସନ ସହ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟାକୁ ଅନୁଭବ କରି ଅତିଶୀଘ୍ର ଏକ ପୋଲ ନିର୍ମାଣ କରିବାକୁ ଦାବୀ ହେଉଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories