www.samajalive.in
Monday, December 8, 2025
27.1 C
Bhubaneswar

ଅବକାରୀ ଚଢ଼ାଉ: ପୋଚ ଓ ମଦ ଜବଦ, ୧୦ ଗିରଫ 

ପାଟଣା : ଜିଲ୍ଲା ଅବକାରୀ ଅଧ୍ୟକ୍ଷ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଓ ସଦର ଅବକାରୀ ଆଇଆଇସି ନିମାଇଁ ଚରଣ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ପାଟଣା ଓ ସାହରପଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି। ଏହି ସମୟରେ ଅବକାରୀ ବିଭାଗ ୪ ହଜାର କିଲୋ ମହୁଲ ପୋଚ ଜବଦ କରିବା ସହ ମୋଟ ୧୯୮ ଲିଟର ମହୁଲି ମଦ ଜବଦ କରିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ମୋଟ ୧୨ ଟି ମାମଲା ରୁଜୁ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କାଡର ରୋହିତ କୁମାର ନାୟକ ମଧ୍ୟ ଚଢ଼ାଉରେ ସାମିଲ ଥିଲେ । ଜବଦ ମହୁଲି ମଦ ପୋଚ ଗୁଡିକ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିବା ବେଳେ ମଦ ରନ୍ଧା ଓ ମଦ ଗଛିତ ରଖାଯାଇଥିବା ସରଞ୍ଜାମ ଅବକାରୀ ବିଭାଗ ଜବଦ କରିଛି । ଚଢାଉ ସମୟରେ ଟାଙ୍ଗରପଡାର ସୁନା ନାଏକ, କେନ୍ଦୁଆପଡାର ବ୍ରହ୍ମାନନ୍ଦ ମହାନ୍ତ, ନୂଆପଡ଼ାର କ୍ଷୀରୋଦ ମହାନ୍ତ ଓ ଗୌରୀ ଶଙ୍କର ମହାନ୍ତ, କେନ୍ଦେଇପଶିର ଶରତ ସେଠୀ, ସାହାରପଡା ବ୍ଲକ ଶଙ୍ଖୁଆରୁ ଦେଉଳା ଟୁଡୁ, ପରେଶ ମାଝୀ ଓ ଗଙ୍ଗା ମାଝୀ, ଚୁନୁସାହିର ବିଦ୍ୟାଧର ମାଝୀ, ଜାରିକନାଳିର ପାନ ମାଝୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories