www.samajalive.in
Monday, December 8, 2025
20.1 C
Bhubaneswar

ଚିରସ୍ମରଣୀୟ ପ୍ରଣବ ଦା’ : ପସନ୍ଦ କରୁଥିଲେ ଏହି ଖାଦ୍ୟ

ନୂଆଦିଲ୍ଲୀ : ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ। ତାଙ୍କ ଜନ୍ମ ୧୧ ଡ଼ିସେମ୍ବର ୧୯୩୫ରେ ପଶ୍ଚିମ ବଙ୍ଗରେ ହୋଇଥିଲା। ପ୍ରଥମରୁ ହିଁ ତାଙ୍କର ରାଜନିତୀରେ ବେଶ ରୁଚି ରହିଥିଲା। ସେ ଏକ ମହାନ ଆତ୍ମା। ଗତକାଲି ତାଙ୍କ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ୧୯୬୯ରେ ତାଙ୍କୁ ପ୍ରଥମ ଥର ରାଜ୍ୟସଭା ସାଂସଦ ଭାବେ ଚୟନ ହୋଇଥିଲା। ପ୍ରଣବ ଦା କେବଳ ଦେଶର ପୂର୍ବତନ ରାଷ୍ଟ୍ରପତି ନଥିଲେ ସେ କଂଗ୍ରେସର ଜଣେ ବରିଷ୍ଠ ନେତା ମଧ୍ୟ ଥିଲେ। ୨୦୧୯ ରେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ଉତ୍ପାଧୀ ମଧ୍ୟ ପ୍ରଦାନ କରାଯାଇଥିଲା। ସେ ଆଜି ସଭିଁଙ୍କ ଠାରୁ ବହୁ ଦୂରକୁ ଚାଲି ଯାଇଛନ୍ତି, ତେବେ ଜାଣନ୍ତୁ ପ୍ରଣବ ଦାଙ୍କୁ କେଉଁ ଖାଦ୍ୟ ଖୁବ ପ୍ରିୟ ଥିଲା….
ପ୍ରଣବ ଦାଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ଖାଇବାର ଖୁବ ସଉକ ଥିଲା। କେତେକ ବ୍ୟଞ୍ଜନ ମଧ୍ୟରେ ମାଛ ତରକାରୀ ତାଙ୍କୁ ଖୁବ ପସନ୍ଦ ଥିଲା। ମଙ୍ଗଳବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ସେ ନିଜ ଖାଦ୍ୟରେ ମାଛ ତରକାରୀ ସାମିଲ କରୁଥିଲେ। ପ୍ରତିଦିନ ସେ ଗୋଟିଏ ସେଓ ନିଶ୍ଚୟ ଖାଉଥିଲେ। ବଙ୍ଗାଳୀ ସଭ୍ୟତାରୁ ହୋଇଥିବାରୁ ମାଛତରକାରୀ ଓ ଭାତ ତାଙ୍କର ପ୍ରିୟ ଖାଦ୍ୟ ଥିଲା। ସେ ଅତ୍ୟଧିକ ମିଠା କିମ୍ବା ଚିନି ଖାଇବାକୁ ପସନ୍ଦ କରୁନଥିଲେ। ଚିନି ଜାତୀୟ ଖାଦ୍ୟପ୍ରତି ବିଶେଷ ଧ୍ୟାନ ମଧ୍ୟ ଦେଉଥିଲେ। ଖାଦ୍ୟ ବ୍ୟତୀତ ସେ ବହି ପଢିବା, ଲେଖିବା ଓ ସଙ୍ଗୀତ ଶୁଣିବାକୁ ପସନ୍ଦ କରୁଥିଲେ। ଏହାସହ ସେ ପ୍ରତିଦିନ ପ୍ରାତଃ ଭ୍ରମଣ ମଧ୍ୟ କରୁଥିଲେ।

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories