www.samajalive.in
Tuesday, December 9, 2025
16.1 C
Bhubaneswar

ଟିପର ଚକାତଳେ ଚାପିହୋଇ ସାଇକେଲ ଆରୋହୀ ମୃତ; କ୍ଷତିପୁରାଣ ଦାବିରେ ରାସ୍ତା ଅବରୋଧ

ପାତ୍ରପୁର : ଜରଡ଼ା ଥାନା ଖାରିଆଗୁଡା ଗ୍ରାମଠାରେ ଟିପର ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିବାପରେ ଲୋକମାନେ କ୍ଷତିପୂରଣ ଦାବୀରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ମୃତକ ଜଣକ ଖାରିଆଗୁଡ଼ା ପଞ୍ଚାୟତର ଳପଡ଼ା ଗ୍ରାମର ଭାଗବତ ଚଣ୍ଡ(୫୪) ବୋଲି ଜଣାପଡ଼ିଛି। ଆଜି ସକାଳ ୧୦ଟା ବେଳେ ଭାଗବତ ସାଇକେଲ ଯୋଗେ ଚୌଧୁରୀ ଟିକର ପଡା ଯାଉଥିବାବେଳେ ଖାରରିଆଗୁଡ଼ା ଗ୍ରାମର ବିଜିପୁର ଛକ ନିକଟରେ ଏକ ବାଲି ବୋଝେଇ ଟିପର ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସେ ଚକା ତଳେ ପଡିଯିବାରୁ ମୁଣ୍ଡ ଉପର ଦେଇ ଗାଡି ଚାଲି ଯିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୁଣ୍ଡ ନଥିବାରୁ ଚିହ୍ନଟରେ ବିଳମ୍ବ ହୋଇଥିଲା। ପରିଚୟ ମିଳିବା ପରେ ଲୋକମାନେ ପହଞ୍ଚି ରୁଣ୍ଡ ହେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତୁରାନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ । ଖ।ରିଆଗୁଡ଼ା ଫାଣ୍ଡି ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପରେ ଟ୍ରକ୍ ଚାଳକ ଫାଣ୍ଡିରେ ପହଞ୍ଚିଥିଲେ। ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଏନେଇ ଏକ ଅପମୃତ୍ୟୁ ମମାଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories