www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ.. ସିନେମା ହଲ୍‌ ଓ ଥିଏଟର ବନ୍ଦ ଥିବା ସମୟରେ ଓଟିଟି ରିଲିଜ୍‌ରୁ କେତେ ଆୟ କରିଛି ବଲିଉଡ୍‌ ସିନେମା

କରୋନା ମହାମାରୀଜନିତ ଲକ୍‌ଡାଉନ ଯୋଗୁଁ ଦେଶର ସବୁ ସିନେମା ହଲ୍‌ ଓ ଥିଏଟର ବନ୍ଦ ରହିଛି। ତେବେ ଡିଜିଟାଲ୍ ବା ଓଟିଟି ମାଧ୍ୟମରେ ଇତିମଧ୍ୟରେ ଅନେକ ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଓ କେତେକ ଚଳଚ୍ଚିତ୍ର ଦର୍ଶକଙ୍କ ପସନ୍ଦ ହୋଇଥିବାବେଳେ ସେଥିରୁ ପ୍ରଯୋଜକମାନେ ଭଲ ଆୟ ମଧ୍ୟ କରିଛନ୍ତି।

ଏଥିମଧ୍ୟରୁ ଓଟିଟି ପ୍ଲାଟଫର୍ମରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିିତ୍ର ମଧ୍ୟରେ ଆଗରେ ରହିଛି ଅକ୍ଷୟ କୁମାର ଓ କିଆରା ଆଡ଼ୱାଣୀଙ୍କ ଅଭିନୀତ ‘ଲକ୍ଷ୍ମୀ ବମ୍ବ’। ୧୨୫ କୋଟି ଟଙ୍କାରେ ଏହା ବିକ୍ରି ହୋଇଥିବା ଜଣାପଡ଼ିଛି। ସେହିପରି ଅଜୟ ଦେବଗନ, ସଂଜୟ ଦତ୍ତ, ସୋନାକ୍ଷି ସିହ୍ନା, ନୋରା ଫତେହି, ଶରଦ କେଲ୍‌କର ଅଭିନୀତ ଚଳଚ୍ଚିତ୍ର ‘ଭୁଜ୍‌: ଦି ପ୍ରାଇଡ଼ ଅଫ୍ ଇଣ୍ଡିଆ’କୁ ୧୧୦ କୋଟି ଟଙ୍କାରେ ଏକ ଓଟିଟି ପ୍ଲାଟ୍‌ଫର୍ମ କିଣିଛି। ସେହିପରି ଅଭିଷେକ ବଚ୍ଚନ ଓ ଇଲିଆନା ଡି’ କ୍ରୁଜ୍‌ ଅଭିନୀତ ‘ବିଗ୍ ବୁଲ୍‌’ ଓ ବିଦ୍ୟୁତ୍‌ ଜାମ୍‌ୱାଲ ଅଭିନୀତ ‘ଖୁଦା ହାଫିଜ୍‌’ ଗୋଟିଏ ପ୍ୟାକେଜ୍‌ରେ ବିକ୍ରି ହୋଇଥିବାବେଳେ ପ୍ରଥମଟି ୪୦ କୋଟି ଓ ଦ୍ବିତୀୟଟି ୧୦ କୋଟି, ଏହିପରି ମୋଟ ୫୦ କୋଟିରେ ବିକ୍ରି ହୋଇଛି।

- Advertisement -

ଅନ୍ୟପକ୍ଷରେ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ କମେଡି-ଡ୍ରାମା ‘ଗୁଲାବୋ ସିତାବୋ’କୁ ୬୫ କୋଟି ଟଙ୍କାରେ କିଣାଯାଇଥିବା ପ୍ରକାଶ। ବିଦ୍ୟା ବାଲାନଙ୍କ ଅଭିନୀତ ବହୁଚର୍ଚିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଷ୍ଟ୍ରିମିଂ ଅଧିକାର ୪୦ କୋଟି ଟଙ୍କାରେ ବିକ୍ରି ହୋଇଥିବାବେଳେ ଗୁଞ୍ଜନ ସକ୍ସେନାଙ୍କ ଆତ୍ମଜୀବନୀମୂଳକ ଚଳଚ୍ଚିତ୍ରଟି ୫୦ କୋଟିରେ ବିକ୍ରି ହୋଇଛି। ଅପରପକ୍ଷେ ଥିଏଟର ରିିିଲିଜ୍‌ ପାଇଁ ଆରମ୍ଭରୁ ଚିନ୍ତା କରାଯାଇଥିବା ତିନିଟି ଚଳଚ୍ଚିତ୍ର ସଡକ-୨, ଲୁଟ୍‌କେସ୍‌ ଓ ଦିଲ୍‌ ବେଚାରା ଯଥାକ୍ରମେ ୭୦ କୋଟି, ୧୦ କୋଟି ଓ ୪୦ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories