www.samajalive.in
Monday, December 8, 2025
27.1 C
Bhubaneswar

ସେପ୍ଟେମ୍ବରରେ ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା

ଭୁବନେଶ୍ବର : ରାଜ୍ୟରେ ମଧୁବାବୁ ପେନ୍‌ସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ସେପ୍ଟେମ୍ବର ମାସରେ ଏକକାଳୀନ ୪ ମାସର ଭତ୍ତା ମିଳିବ। ସେପ୍ଟେମ୍ବର ମାସରେ ଏକକାଳୀନ ସେପ୍ଟେମ୍ବର, ଅକ୍ଟୋବର,ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତା ରହିଛନ୍ତି। ଏଥି ସହିତ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ରାଜ୍ୟ ସରକାର କରୋନା ପାଇଁ ରାଜ୍ୟରେ ଥିବା ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତାଙ୍କୁ ୪ ମାସ ପର୍ଯ୍ୟନ୍ତ ୧୦୦୦ ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରିବା ଘୋଷଣା କରିଥିଲେ ଏବଂ ଉପଭୋକ୍ତାଙ୍କ ଏହି ଅର୍ଥ ମଧ୍ୟ ଦିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories