www.samajalive.in
Monday, December 8, 2025
27.1 C
Bhubaneswar

ବନ୍ୟା ଜଳରେ ବୁଡ଼ିଲା ୭ ପଞ୍ଚାୟତ; ନଷ୍ଟ ହେଲା ୧୦୯୭ ହେକ୍ଟର ଧାନ ଓ ପନିପରିବା

ତିଗିରିଆ: ବନ୍ୟାଜଳ ପ୍ରବାହରେ ଚାଷୀଙ୍କ ଲକ୍ଷଲକ୍ଷ ଟଙ୍କାର କୃଷି ସମ୍ପଦ ସମ୍ପୂର୍ଣ୍ଣ ଉଜୁଡ଼ିଚାଲିଛି। ରବିବାର ସୁଦ୍ଧା ତିଗିରିଆ ବ୍ଲକର ବଡ଼ନାଉପୁଟ, ହାଟମାଳ, ସୋମପଡ଼ା, ପୁରୁଣାତିଗିରିଆ, ଗଦାଧରପୁର, ବିନ୍ଧାଣିମା, ଜେମାଦେଇପୁର ଆଦି ପଞ୍ଚାୟତର ସମ୍ପୂର୍ଣ୍ଣ ଚାଷ ଜମି ବନ୍ୟାଜଳରେ ବୁଡ଼ି ରହିଛି। କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦଳ ଏହିସବୁ ଅଞ୍ଚଳ ଅନୁଧ୍ୟାନ କରିବା ସହ ଏବେସୁଦ୍ଧା ବ୍ଲକର ୭ଗୋଟି ପଞ୍ଚାୟତର ୧୦୯୭ ହେକ୍ଟର ଧାନ ଓ ପନିପରିବା ଚାଷ ବନ୍ୟାଜଳରେ ବୁଡ଼ି ରହିଥିବା ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି।

 

- Advertisement -

ବନ୍ୟାଜଳରେ ଶହଶହ ହେକ୍ଟର ପରିମିତ ଧାନ ଓ ପନିପରିବା ବୁଡ଼ିଯିବା ପରେ ଏବେଠୁ ମୁଣ୍ଡରେ ହାତଦେଇଛନ୍ତି। ସେହିପରି ନଦୀକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକର ଚାଷୀମାନେ ବହୁ ଟଙ୍କା ଖର୍ଚ୍ଚକରି ଶୀତଦିନିଆ ଚାଷ ପାଇଁ ବାଇଗଣ ଓ କୋବି ଚାରା ଉତ୍ପାଦନ କରିଥିଲେ। ଯାହାକି ତଳିଗାଡ଼ିରେ ପାଣି ପଶିଯିବା କାରଣରୁ ସେସବୁ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ମହାନଦୀରେ ବନ୍ୟାଜଳ ଆସନ୍ତାକାଲି ଠାରୁ ହ୍ରାସ ପାଇବା ସରକାରୀ ସ୍ତରରେ ସୂଚନା ମିଳୁଥିଲେ ହେଁ ସ୍ଥାନୀୟରେ ମହାନଦୀର ପଛୁଆ ବନ୍ୟାଜଳରେ ଅଞ୍ଚଳର ବନ୍ୟା ପ୍ରଭାବିତ ଚାଷଜମିଗୁଡ଼ିକରୁ ଜଳ ନିଷ୍କାସନ ହେବାକୁ ୩ଦିନରୁ ଉଦ୍ଧ୍ୱର୍ ସମୟ ଲାଗିବ। ଚଳିତ ଖରି‘ ଧାନଚାଷ ସହିତ ଶୀତକାଳୀନ ପନିପରିବା ଚାଷ ଏହି ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବା ଚାଷୀମାନଙ୍କ ଠାରୁ ଶୁଣିବାକୁ ମିଳିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories