ଦୋବଲ: ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ଜୁନ କରଦା ଭାଟିଆସାହି ପୋଲ ପାଖରେ ରବିବାର ଗୋଟିଏ ଅଜଣା ମୃତଦେହ ଲାଗିଛି। ଶବଟି ପଚି ଯାଇଥିବା ଦେଖିବାକୁ ମିଳିଛି। ବୈତରଣୀ ବନ୍ୟାରେ ଯାଜପୁର କିମ୍ବା ଭଣ୍ଡାରିପୋଖରୀ ଅଞ୍ଚଳରୁ ଭାସି ଆସିଥିବା ଅନୁମାନ କରାଯାଉଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଚାରିଆଡ଼େ ବନ୍ୟା ପାଣି ଥିବାରୁ ଧାମନଗର ପୁଲିସ ପହଞ୍ଚି ପାରିନାହିଁ।
Popular Categories



