www.samajalive.in
Monday, December 8, 2025
27.1 C
Bhubaneswar

ବନ୍ୟାର ନାଁ ଶୁଣୁଶୁଣୁ ଆଳୁ ପିଆଜ ଦରବୃଦ୍ଧି

ତିଗିରିଆ : ବନ୍ୟା ଆସୁ ନଆସୁଣୁ ତିଗିରିଆ ଅଞ୍ଚଳରେ ଆଜି ଆଳୁ ଓ ପିଆଜର ଦର ହଠାତ୍‍ ବୃଦ୍ଧି ପାଇଛି। ଗୋଟିଏ ଦିନରେ କିଲୋପିଛା ହଠାତ୍‍ ୩/୪ଟଙ୍କା ବୃଦ୍ଧି ପାଇଛି। ଯାହାକି ଗରିବ ଜନସାଧାରଣଙ୍କ ଦୁଶ୍ଚିନ୍ତା ବଢ଼େଇ ଦେଇଛି। ବିଭିନ୍ନ ବଜାର ସହିତ ଗାଁ ଗହଳିରେ ରହିଥିବା ଖୁଚୁରା ବିକ୍ରେତାମାନେ ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ଲୋକଙ୍କ ଅଭିଯୋଗର ଜାଣିବାକୁ ମିଳିଛି। ଗତକାଲି ସୁଦ୍ଧା ଆଳୁ ବିଭିନ୍ନ ହାଟ ବଜାରରେ ୩୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଅପରାହ୍ଣରେ ହଠାତ୍‍ ୩୫ରୁ ୩୬ଟଙ୍କାରେ ବିକ୍ରି ହେଉଛି। ସେହିପରି ପିଆଜ କିଲୋ ୨୨ଟଙ୍କାରୁ ୨୫ଟଙ୍କାରେ ବିକ୍ରି ହେଉଛି। କିଛି ମୁନା‘ଫାଖୋର ଅସାଧୁ ବ୍ୟବସାୟୀମାନେ ଏଭଳି କରିଥିବା ଅଭିଯୋଗ ହେଉଛି। କଞ୍ଚା ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ ଗରିବ ଜନସାଧାରଣ ଆଳୁ ପିଆଜ ଉପରେ ବିଶେଷ ନିର୍ଭରଶୀଳ ରହିଥାନ୍ତି। ଏଣେ ବନ୍ୟା ଯୋଗୁଁ ସ୍ଥାନୀୟରେ ପନିପରିବା ଉଜୁଡ଼ିବାକୁ ବସିଛି। ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁୁ ଦାବି ହେଉଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories