www.samajalive.in
Monday, December 8, 2025
20.1 C
Bhubaneswar

କରୋନା ଦେଲା ଶିକ୍ଷା: ଡ଼ାକ୍ତରୀ ପାଠ୍ୟକ୍ରମରେ ସାମିଲ ହେବ ‘ମହାମାରୀ ପରିଚାଳନା’

ନୂଆଦିଲ୍ଲୀ: ସାରା ବିଶ୍ବର ଲୋକଙ୍କ ପାଇଁ ଶିରପୀଡ଼ା ହୋଇଛି କରୋନା ।  ୮ ମାସ ପୂର୍ବରୁ ଚୀନରୁ ବାହାରିଥିବା ଏହି ଭୂତାଣୁ କେଇ ମାସ ମଧ୍ୟରେ ସାରା ବିଶ୍ବକୁ କବଳିତ କରିଦେଇଛି । ବିଶ୍ବରେ ପାଖାପାଖି ଅଢ଼େଇ କୋଟି ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ବ ଏପରି ମହାମାରୀ କେବେ ଦେଖି ନ ଥିଲା । ମାତ୍ର ଭବିଷ୍ୟତରେ ଏପରି ସ୍ଥିତିର ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ଏଣିକି ଏମବିବିଏସ୍ (ଡ଼ାକ୍ତରୀ) ପାଠ୍ୟକ୍ରମରେ ମହାମାରୀ ପରିଚାଳନା (ପାନଡ଼େମିକ ମ୍ୟାନେଜମେଣ୍ଟ) ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଏମସିଆଇର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଡ଼ା. ବି.କେ.ପାଲ ଯେଉଁ ପାଠ୍ୟକ୍ରମ ବ୍ୟବସ୍ଥା କରାଯାଇଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିରେ ଡ଼ାକ୍ତରମାନେ ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ତ କରିବେ, ଏହା ସହ ରୋଗ ଯୋଗୁଁ ଉତ୍ପନ୍ନ ହେଉଥିବା ସାମାଜିକ, ଆଇନଗତ ଓ ଅନ୍ୟାନ୍ୟ ପ୍ରସଙ୍ଗର ସମାଧାନ କରିବାକୁ ସକ୍ଷମ ହେବେ । ଭାରତୀୟ ଚିକିତ୍ସା ପରିଷଦ ବିଶେଷଜ୍ଞଙ୍କ ସହ ମିଶି ଏହି ଶିକ୍ଷାର ମଡ଼େଲ ପ୍ରସ୍ତୁତ କରିଛି । ଏଠାରେ ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ଦେଶର ଡ଼ାକ୍ତରମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଅଗଷ୍ଟ ୮ ତାରିଖ ସୁଦ୍ଧା ଦେଶରେ କରୋନା ଯୋଗୁଁ ୧୯୬ ଡ଼ାକ୍ତର ପ୍ରାଣ ହରାଇଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories