www.samajalive.in
Monday, December 8, 2025
27.1 C
Bhubaneswar

ବାଙ୍କୀ ଡବଲ ମର୍ଡର ଘଟଣାରେ ୨ ଗିରଫ

କଳାପଥର(ବାଙ୍କୀ) :ବାଙ୍କୀର ବହୁ ଚର୍ଚ୍ଚିତ ଖଜୁରୀପଦା ଡବଲ ମର୍ଡର ଘଟଣାରେ ପୁଲିସ୍‍ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି , ଅନ୍ୟମାନେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପ୍ରଭାତ ସିଂହ ଏବଂ ବିରଞ୍ଚି ପ୍ରଧାନ। ଘଟଣାରୁ ପ୍ରକାଶ ଯେ, ଗତ ଫେବୃଆରୀ ମାସ ୧୫ ତାରିଖରେ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ୱାମି ଭଗବାନ ପ୍ରଧାନ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ବରପୁଟ ନିକଟସ୍ଥ ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟରେ ଖଜୁରୀପଦା ଗ୍ରାମର ଶାସକ ଦଳର ୧୫-୨୦ ଜଣ ସମର୍ଥକ ମେଳିହୋଇ ଅତି ନୃସଂସ ଭାବରେ ଉଭୟଙ୍କୁ ହତ୍ୟା କରିଥିଲେ। ଏହି ଡବଲ ମର୍ଡର ଘଟଣା ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଶ୍ଟି କରିଥିଲା। କଂଗ୍ରେସ, ବିଜେପି ଓ ସାଧାରଣରେ ବହୁ ପ୍ରତିବାଦ, ଆନ୍ଦୋଳନ ହେବାରେ ପୁଲିସ୍‍ ୧୧ ଜଣଙ୍କୁ ଗିରଫ କରିଥିଲା। ଏପରିକି ଏହି ଘଟଣାକୁ କଂଗ୍ରେସ ସଭାନେତ୍ରୀ ସୋନିଆଁ ଗାନ୍ଧି ତିବ୍ର ନିନ୍ଦା କରିଥିଲେ। ଏହି ଡବଲ ମର୍ଡର ଘଟଣାରେ ୧୫ -୨୦ ଜଣ ସଂମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସେ ସମୟରେ ପ୍ରତିକ୍ରୀୟା ରଖିଥିଲେ। ଗତକାଲି ପ୍ରଭାତ ସିଂହ ଜଣକୁ ବରଗଡରୁ ଓ ବିରଞ୍ଚି ପ୍ରଧାନ ଟାଙ୍ଗୀରୁ ଗିରଫ ହେବାପରେ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି ଓ ଅନ୍ୟମାନେ ଏବେ ସୁଦ୍ଧା ଫେରାର ଅଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories