www.samajalive.in
Monday, December 8, 2025
27.1 C
Bhubaneswar

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧିନ ଅଛି। ମାତ୍ର ରାଜ୍ୟ ସରକାର ଚଞ୍ଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି। ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ର୍ରସାଦ ଯୋଜନା ଅନ୍ତର୍ଗତ ପୁରୀ ତୀର୍ଥସ୍ଥାନର ବିକାଶ ଓ ସୈାନ୍ଦର୍ଯ୍ୟକରଣ ସହ ତୀର୍ଥଯାତ୍ରୀମାନେ ରହିବା ପାଇଁ ଆଇଟିଡିସି ତରଫରୁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ସେହି ସ୍ଥାନରେ ଜଗନ୍ନାଥ ତୀର୍ଥନିବାସ ପାଇଁ ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମାତ୍ର ରାଜ୍ୟ ସରକାର ରାତାରାତି ଏହି ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରି ଦେବାର ଷଡଯନ୍ତ୍ର କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କାର୍ଯ୍ୟ। ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ୍ ପାତ୍ର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୁଚନା ଦେଇଛନ୍ତି।
କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ପୁଣି ଥରେ ଦାବୀ କରିଛନ୍ତି। ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ବୋଲି କହିବା ସହ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories