www.samajalive.in
Monday, December 8, 2025
20.1 C
Bhubaneswar

ଭାସିଯାଇଥିବା ଟ୍ରକକୁ ଉଦ୍ଧାର କଲା ୨କ୍ରେନ୍‌, ଯୁଦ୍ଧ କାଳୀନ ଭିତ୍ତିରେ ହେଲା ତୁରୁମୁଙ୍ଗା ସେତୁ ମରାମତି

ପାଟଣା: ଗତ ବୁଧବାର ଦିନ ଢେଙ୍କିକୋଟରୁ ଧାନ ବୋଝେଇ କରଞ୍ଜିଆ ଯାଉଥିବା ସମୟରେ ପାଟଣା ନିକଟସ୍ଥ ଶିମୁଳି ନାଳ ଡାଇଭରସନ ବଢ଼ି ପାଣିରେ ଭାସି ଯାଇଥିବା ୧୧୦୯ ଟ୍ରକଟିକୁ ଆଜି ଗାଡି ମାଲିକ ଉଦ୍ଧାର କରିଛନ୍ତି । ଗତରାତିରୁ ବୈତରଣୀ ବନ୍ୟା ଜଳ ହ୍ରାସ ପାଇବା ପରେ ଶିମୁଳି ନାଳରେ ବୁଡି ରହିଥିବା ଏହି ଧାନ ବୋଝେଇ ଟ୍ରକଟିକୁ ଦେଖାଯିବା ପରେ ଏହାର ମାଲିକ ୨ଟି କ୍ରେନ ସାହାଯ୍ୟରେ ଟ୍ରକଟିକୁ ପାଣି ଭିତରୁ ଉଦ୍ଧାର କରିଛନ୍ତି । ଟ୍ରକଟିରେ ଧାନ ବୋଝେଇ ଥିବାରୁ ଭାସିଯିବା ପରେ ଏହା ବେଶି ଦୂର ଯାଇ ପାରିନଥିଲା । ଟ୍ରକଟିକୁ ଉଧାର କରାଯିବା ସମୟରେ ବହୁ ଲୋକ ରୁଣ୍ଡ ହୋଇ ଏହାକୁ ଦେଖୁଥିଲେ।
ଅପରପକ୍ଷରେ ଗତ ଦୁଇ ଦିନର ଅଚଳାବସ୍ଥା ସୃଷ୍ଟି ହୋଇ ତୁରୁମୁଙ୍ଗା ବୈତରଣୀ ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ହେବା ସହ ଏହି ସେତୁ ନିକଟରେ ମୟୂରଭଞ୍ଜ ସୀମା ରଜାବସା ପୋଲ ଡ୍ରାଇଭରସନ ଧୋଇଯିବା କାରଣରୁ ୪୯ ନମ୍ବର ଜାତୀୟ ରାଜପଥରେ ମାଲ ବୋଝେଇ ଶହଶହ ଟ୍ରକ ଓ ଅନ୍ୟାନ୍ୟ ଯାନ ବହନ ଉଭୟ ପାର୍ଶ୍ଵରେ ଠିଆ ହୋଇ ରହିଥିଲା । ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯାଇଥିଲା। ଆଜି ସକାଳୁ ବନ୍ୟା ପାଣି ଖସିବା ପରେ ବୈତରଣୀ ସେତୁ ଉପରେ ବଡ ବଡ ଖାଲମାଲ ସୃଷ୍ଟି ହୋଇଥିବା ଦେଖା ଯାଇଥିଲା। ତେବେ ରାସ୍ତା ୪ ଲେନ କାମ କରୁଥିବା ଠିକା ସଂସ୍ଥା ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ସେତୁ ଉପର ଠାରୁ ଆରମ୍ଭ କରି ରଜାବସା ଡ୍ରାଇଭରସନ ମରାମତି କାମ କରାଯିବା ପରେ ଆଜି ପୂର୍ବାହ୍ନ ୧୧ଟା ରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଛି। ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିବାରୁ ଓ ଏକ କାଳୀନ ୧୦ ଟି ଗାଡି ଛଡା ଯାଉଥିବାରୁ ଆଜି ସନ୍ଧ୍ୟା ଯାଏ ଟ୍ରାଫିକ ସମସ୍ୟାରେ ସୁଧାର ଆସି ପାରିନଥିରୁ ଆମ୍ଭୁଲାନ୍ସ ମଧ୍ୟ ଟ୍ରାଫିକରେ ଘାଣ୍ଟି ହେଉଥିବା ଦେଖାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories