www.samajalive.in
Tuesday, December 9, 2025
16.1 C
Bhubaneswar

ବାଲେଶ୍ବରରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ପାଣିଘେରରେ ଶତାଧିକ ପରିବାର

ସୋର: ବାଲେଶ୍ବର ଜିଲାରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୌରପାଳିକାର ୧ ,୨ ଓ ୩ ୱାର୍ଡରେ ବର୍ଷା ଜଳରେ ଉବୁଡୁବ ହେଉଛି। ଶତାଧିକ ଘରେ ପାଣି ପସିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ପୌରପାଳିକାର କଲେଜଛକ, ବରଫକଳ ଛକ, ଉତ୍ତରେଶ୍ଵର ଗଳାପୋଳରେ ଅଣ୍ଠୁଏ ପାଣି ପ୍ରବହିତ ହେଉଛି।

ସୂଚନା ଅନୁଯାୟୀ, ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଶତଧିକଙ୍କ ଘରେ ପାଣି ପସିଯାଇଛି। ମଙ୍ଗଳପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ବରଖୁଡୀ ଛକରୁ ବରଫକଳ ଏପ୍ରୋଜ ରୋଡ ଜଳମଗ୍ନ ହୋଇଛି। ୧ନଂ ୱାର୍ଡରେ ଆଦିବାସୀ ସାହୀ ୫୦ ଘର, ୨ନଂ ୱାର୍ଡର ବରଖୁଡୀ ୧୫ ଓ ୩ନଂ ୱାର୍ଡରେ ଚିନ୍ତାମଣୀ ପଦା ୪୦ରୁ ଉର୍ଦ୍ଧ୍ବ ଘରେ ପାଣି ପସିଯାଇଛି। ବର୍ଷା ଛାଡିଥିଲେ ବି ଜାତୀୟ ରାଜପଥରୁ ଏପ୍ରୋଜ ରୋ଼ଡରେ ପାଣି ଆଣ୍ଠୁରୁ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଧା ପାଣି ନିଷ୍କାସନ ପାଇଁ ପ୍ରଶାସନ ପଦକ୍ଷେପ ନିଆଯାଇ ନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories