www.samajalive.in
Monday, December 8, 2025
17.1 C
Bhubaneswar

ଖାଲଖମାରେ ଭର୍ତ୍ତି ୫୩ ନମ୍ବର ଜାତୀୟ ରାଜପଥ : କତ୍ତୃପକ୍ଷଙ୍କ ନିଘା ନାହିଁ

ଗଡ଼ମଧୁପୁର: ଓଡିଶା ମାନଚିତ୍ରରେ ସବୁଠାରୁ ବ୍ୟସ୍ତ ବହୁଳ ରାଜପଥ ଭାବରେ ଜଣାସୁଣା ୫୩ନଂ ଜାତୀୟ ରାଜପଥରେ ଏବେ ଅନେକ ଖାଲଖମା ହୋଇଛି। ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତାର ଫୋର ଲେନ ରାସ୍ତା କାମ ଅରମ୍ଭ ହୋଇଥିଲେ ହେ ତାହା ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ରାସ୍ତାର ଉଭୟ ପାର୍ଶ୍ବ ଅନେକ ସ୍ଥାନରେ ଖୋଳାଯାଇଥିବାରୁ ଏହି ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଏବେ ଯାତାୟତ କରିବା ପାଇଁ ଅନେକ ଅସୁବିଧା ହେଉଛି। ରାସ୍ତା ପାର୍ଶ୍ବକୁ ଖୋଳିଦେଇ ଠିକାସଂସ୍ଥା ସୁରକ୍ଷା ଫିତା କିମ୍ବା ରେଡିୟମ ଫିତା ନ ବାନ୍ଧିବାରୁ ଅସାବଧାନତାରୁ ବାଇକ ଅରୋହମାନେ ଅସୁବିଧାରେ ପଡୁଛନ୍ତି। କୋଭିଡ କଟକଣା ଉଠିଯିବା ପରେ ଏହି ରାସ୍ତାରେ ଏବେ ଅନେକ ଗାଡିର ଭିଡ। ଫଳରେ ରାସ୍ତାରେ ରେନ କଟ ହୋଇ ଅନେକ ଯାଗାରେ ଖାଲଖମା ହୋଇଯାଇଛି। ତେବେ ରାସ୍ତାର ଏଭଳି ଦୁରାବସ୍ତା ଖବର ଏନଏଚଏଆଇ କତ୍ତୃପକ୍ଷଙ୍କ ପାଖରେ ଥିଲା ପରି ଜଣା ପଡୁନାହିଁ। ଏହି ରାସ୍ତାରେ ଗତ ଦୁଇବର୍ଷରେ ୧୩୦ ଜଣରୁ ଊର୍ଦ୍ଧ୍ବ ପଥଚାରୀଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହାତ ହୋଇଛନ୍ତି। ୭୩୦ଦିନରେ ପ୍ରତି ଛଅ ଦିନରେ ଜଣେ ଲୋକର ଜୀବନ ନେଇଛି ଏହି ଜାତୀୟ ରାଜପଥ। ଏଥିର ସ୍ପଷ୍ଟ ଅନୁମେୟ ରାସ୍ତା କେତେ ସୁରକ୍ଷିତ।

ଏହି ରାସ୍ତା ଏବେ ପଥଚାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି। ଗାଡି ଗୁଡିକ ରାସ୍ତାରେ ବାମ ପଟ ଖାତକୁ ପାର ହେବା ପାଇଁ ଡାହାଣକୁ ମାଡିଆସୁଥିବା ବେଳେ ଡାହାଣ ପଟରେ ଥିବା ଖାଲକୁ ପାର ହେବାକୁ ଗାଡିଚାଳକକୁ ବାମ ପଟକୁ ଯିବାକୁ ପଡୁଛି। ଫଳରେ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି। ସବୁ ପରେ ମଧ୍ୟ ରାସ୍ତାର ମରାମତି କରାଯାଉନାହିଁ  କି ନୁତନ ଚାରି ଟିକିଆ ରାସ୍ତା କାମ ଏବେ ଅଧା ପନ୍ତରିଆ ହୋଇ କଛପଗତିରେ ଆଗକୁ ବଢୁଛି। ରାସ୍ତାର କନ୍ତପଡା ଠାରୁ ଆରୁହା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଣ୍ଠୁଏ ଗାଡ ହୋଇଛି। ତାର ମରାମତି ପାଇଁ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଜନ ଅସନ୍ତୋଷ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ଏହି ରାସ୍ତା ଦେଇ କଳିଙ୍ଗନଗର, ଯୋଡା, ଦୈତାରୀ ମାଇନ୍ସ ଶିଳ୍ପାଞ୍ଚଳର ସମସ୍ଥ ଲଘୁ ଓ ଭାରିଯାନ ଏହି ରାସ୍ତା ଦେଇ ଜଗତସିଂପୁର, କଟକ, ଭଦ୍ରକ, ପାରାଦୀପ ଭାୟା ଚଣ୍ଡିଖୋଲ ଦେଇ ଯାତାୟତ କରୁଛି। ଦୈତାରୀ ଖଣି ଅଞ୍ଚଳରୁ ପାରାଦୀପ ବନ୍ଦର ୧୬୦ କି.ମି. ରାସ୍ତାର ମଧ୍ୟଭାଗ ଚଣ୍ଡିଖୋଲ ଠାରୁ ଡୁବୁରୀ ୪୦ କି.ମି. ରାସ୍ତା ଖଣି ଖାଦାନ ଭରା। ଏହି ଅଞ୍ଚଳରୁ ଦୈନିକ ଶହଶହ ଗାଡି ମଟର ଏହି ରାସ୍ତାରେ ଯାତାୟତ କରୁଥିଲେ ବି ରାଜପଥ ପ୍ରଧିକରଣ ଅଧିକାରୀଙ୍କ ଖାମଖିଆଲି ମନୋଭାବ କାରଣରୁ ୪ ଟିକିଆ ରାସ୍ତା ଏବେ ସୁଦ୍ଧା ସେଷ ହୋଇପାରୁନାହିଁ। ଦୈନିକ ସଡକ ଦୁର୍ଘଟଣା ଘଟିବା ସହ ଅନେକ ଧନ ଜୀବନ ହାନି ହେଉଛି। କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories