www.samajalive.in
Monday, December 8, 2025
20.1 C
Bhubaneswar

ବୁମରାଙ୍କୁ ଯୁବରାଜଙ୍କ ଆହ୍ବାନ: ଟେଷ୍ଟରେ ୪୦୦ ୱିକେଟ ଲକ୍ଷ୍ୟ ରଖ

ନୂଆଦିଲ୍ଲୀ  : କ୍ରିକେଟ ଇତିହାସରେ ବିଶ୍ବର ପ୍ରଥମ ଫାଷ୍ଟ ବୋଲର ଭାବେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୬୦୦ ୱିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ମୁଥୟା ମୁରଲୀଧରନ୍ ୮୦୦, ସେନ୍ ୱାର୍ଣ୍ଣ ୭୦୮ ଓ ଅନୀଲ କୁମ୍ବଲେ ୬୧୯ ୱିକେଟ ପରେ ଚତୁର୍ଥ ବୋଲର ଭାବେ ୬୦୦ ୱିକେଟ ହାସଲ କରିଛନ୍ତି ଆଣ୍ଡରସନ। ଆଣ୍ଡରସନ୍‌ଙ୍କ ୬୦୦ ୱିକେଟ ହାସଲ କରିବା ପରେ ଭାରତୀୟ ସ୍ପିଡ୍‌ଷ୍ଟାର ଯଶପ୍ରିତ ବୁମରା ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସ୍ପିଡ୍‌ଷ୍ଟାର ଯଶପ୍ରିତ ବୁମରାଙ୍କୁ ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିବା ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି।

ମୋ ଜୀବନକାଳ ମଧ୍ୟରେ ଆଉ ଜଣେ ଫାଷ୍ଟ ବୋଲର ଟେଷ୍ଟରେ ୬୦୦ ୱିକେଟ ହାସଲ କରିବା ବିଶ୍ବାସ କରି ହେଉନି। ଯାହା ଅଗଷ୍ଟ ୨୫​‌ରେ ଆଣ୍ଡରସନ କରି ଦେଖାଇଛନ୍ତି। ତୁମ ନିକଟରେ ରହିଥିବା ବୋଲିଂର ବିବିଧତା, ଫିଜିକାଲ ଫିଟ୍‌ନେସ ତୁମକୁ ଆଜି ୬୦୦ ୱିକେଟରେ ପହଞ୍ଚାଇଛନ୍ତି ବୋଲି ଯୁବରାଜ ଟ୍ବିଟ୍‌ କରି ଆଣ୍ଡରସନଙ୍କୁ କହିଛନ୍ତି। ବୁମ୍ରା ବର୍ତ୍ତମାନ ଭାରତୀୟ ଫାଷ୍ଟ ବୋଲିଂର ଶୁଭାରମ୍ଭ କରୁଛନ୍ତି। ଏବେ ୪୦୦ ୱିକେଟ ଲକ୍ଷ୍ୟ ନେଇ ଆଗେଇ ଚାଲିବାକୁ ଯୁବରାଜ ପରାମର୍ଶ ଦେଇଛନ୍ତି। ବୁମରା ୧୪ଟି ଟେଷ୍ଟ ମ୍ୟାଚ ଖେଳି ୨୦.୩ ପ୍ରତିଶତ ହାରରେ ୬୮ଟି ୱିକେଟ, ୬୪ଟି ଏକଦିବସୀୟ ମ୍ୟାଚ ଖେଳି ୧୦୪ଟି ୱିକେଟ ଓ ୫୦ଟି ଟ୍ବେଣ୍ଟି୨୦ ମ୍ୟାଚରୁ ୫୯ଟି ୱିକେଟ ନେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories