www.samajalive.in
Tuesday, December 9, 2025
16.1 C
Bhubaneswar

‘ସମାଜ ପୋର୍ଟାଲ’ ପ୍ରଭାବ: ସୁରେନ୍ଦ୍ରଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ- ତହସିଲଦାର

ଭୁବନେଶ୍ୱର: ପ୍ରାୟ ୫ ବର୍ଷ ହେବ ଦୃଷ୍ଟିଶକ୍ତି ହରାଇ ଦୁଃଖକଷ୍ଟରେ ଚଳୁଥିବା ସୁରେନ୍ଦ୍ର ଓ ତାଙ୍କ ପୁଅ ଏବଂ ଝିଅ ପାଖରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି।  ବିଏମସି ୪ନମ୍ବର ୱାର୍ଡ ଅନ୍ତର୍ଗତ ନଖରା ନୂଆସାହିରେ ରହୁଥିବା ସୁରେନ୍ଦ୍ରଙ୍କ ସମ୍ପର୍କରେ ‘ସମାଜ ପୋର୍ଟାଲ’ରେ ଅଗଷ୍ଟ ୨୩ରେ ଉଭୟ ସୁରେନ୍ଦ୍ର ଓ ତାଙ୍କ ଝିଅ ଭାରତୀର ସାକ୍ଷାତକାର ଓ ‘ସମାଜ’ ୨୪ ତାରିଖ ସଂସ୍କରଣରେ ପ୍ରକାଶିତ ହୋଇଥିଲା। ସୁରେନ୍ଦ୍ର ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ରିେପାର୍ଟ ଦେବାକୁ ଭୁବନେଶ୍ବର ତହସିଲଦାର ପ୍ରଦୀପ ସାହୁ ନିର୍ଦେଶ ଦେଇଥିଲେ। ନଖରା ରାଜସ୍ବ ନୀରିକ୍ଷକ  ରାଜୀବ ନାୟକ ସୁରେନ୍ଦ୍ରଙ୍କ ନୂଆସାହିସ୍ଥିତ ଘରକୁ ଯାଇ ତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ରାଜସ୍ବ ନୀରିକ୍ଷକ ରିପୋର୍ଟ ଅନୁସାରେ ସୁରେନ୍ଦ୍ରଙ୍କୁ ସହାୟତା ଯୋଗାଇ ଦେବାକୁ ତହସିଲଦାର ଜିଲାପାଳଙ୍କୁ ଅନୁେମାଦନ କରିଛନ୍ତି।

- Advertisement -

ଏ ନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି ଯେ ସୁରେନ୍ଦ୍ରଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ତିନିଜଣଙ୍କ ଚକ୍ଷୁ ଚିକିତ୍ସା ପାଇଁ ସରକାରୀ ନିୟମାନୁସାରେ ସହାୟତା ପ୍ରଦାନ କରାଯିବ। ଏହି ଅଞ୍ଚଳଟି ବିଏମସି ଅଧୀନରେ ଆସୁଥିବାରୁ ବିଏମସି ଡେପୁଟି କମିଶନରଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବାକୁ ଲେଖାଯାଇଛି। ଚକ୍ଷୁ ପରୀକ୍ଷା ସହ ସେମାନଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସୁରେନ୍ଦ୍ର ଓ ତାଙ୍କ ପରିବାର ‘ସମାଜ’ଙ୍କୁ ଧନ୍ୟବାଦ ଦେବା ସହ ସମ୍ପୃକ୍ତ ପ୍ରତିନିଧିଙ୍କ ଉଦ୍ୟମ ଯୋଗୁ ସେମାନେ ନୂଆ ଜୀବନ ପାଇବାକୁ ଯାଉଛନ୍ତି ବୋଲି କହିଛନ୍ତି।

ଅଗଷ୍ଟ ୨୩ ‘ସମାଜ ପୋର୍ଟାଲ’ରେ ଦିଆଯାଇଥିବା ସମ୍ବାଦର ଲିଙ୍କ: https://www.samajalive.in/3-of-a-family-is-blind/207306.html

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories