www.samajalive.in
Thursday, December 11, 2025
27.1 C
Bhubaneswar

ଯଦି ଭୁଲ କରିଛ, କ୍ଷମା ମାଗିବ ନାହିଁ କାହିଁକି? ପ୍ରଶାନ୍ତ ଭୂଷଣଙ୍କୁ କହିଲେ ସୁପ୍ରିମକୋର୍ଟ

ଭାରତର ପ୍ରଧାନ ବିଚାରପତି ଏସ୍. ଏ. ବୋବଡେ ଏବଂ ସୁପ୍ରିମକୋର୍ଟକୁ ଅବମାନନା କରି ପୋଷ୍ଟ କରିଥିବା ଟ୍ୱିଟ ପାଇଁ କ୍ଷମା ମାଗିବାକୁ ମନା କରିଦେଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଚେତାବନୀ ଦିଆଯିବା ସହ କ୍ଷମା ଦିଆଯିବ ଉଚିତ ବୋଲି ସରକାରଙ୍କ ବରିଷ୍ଠ ଓକିଲ କହିଛନ୍ତି। ଆଜି କୋର୍ଟ ପରିସରରେ ବିଦାୟୀ ବିଚାରପତି ଅରୁଣ ମିଶ୍ରଙ୍କ ଏ ନେଇ ଭାବପୂର୍ଣ୍ଣ ମନ୍ତବ୍ୟ ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି ଯେ ଯଦି ଆପଣ କାହାକୁ ଆଘାତ ଦେଉଛନ୍ତି, ତେବେ କ୍ଷମା ମାଗିବାରେ ଭୁଲ୍ କଣ? “କେତେ ଦିନ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ଚାଲିବ? ମୁଁ କିଛି ଦିନ ମଧ୍ୟରେ ଅବସର ନେଉଛି। ଯଦି ଆପଣ କିମ୍ବା ଅନ୍ୟମାନେ ମୋତେ ଆକ୍ରମଣ କରିବା ଆରମ୍ଭ କରନ୍ତି ତେବେ ଠିକ୍ ହେବ କି? ଯଦି ଆପଣ ଆଘାତ ଦେଇଥିବେ ତେବେ ଆପଣ ଔଷଧ ଲଗାଇବା ଉଚିତ୍।” ଜଷ୍ଟିସ ମିଶ୍ର ପ୍ରଶାନ୍ତ ଭୂଷଣଙ୍କ ଓକିଲ ରାଜୀବ ଧୱନ ଏବଂ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲଙ୍କ ଯୁକ୍ତି ଉପରେ ଜବାବ ଦେଇ ଏହା କହିଥିଲେ।

- Advertisement -

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣ ଆଜି (ସୋମବାର) ତିନି ଦିନିଆ ଜବାବ ସୁଆଲ ଶେଷ ହେବା ପରେ ତାଙ୍କ ଟ୍ୱିଟ୍ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ୧୦୦ ପୃଷ୍ଠାର ବିବୃତ୍ତିରେ ସେ କହିଛନ୍ତି ଯେ ଏହି ଟ୍ୱିଟ୍ ଗୁଡିକ ଏକ ସଚ୍ଚୋଟ ବିଶ୍ୱାସକୁ ପ୍ରମାଣିତ କରିଛି। ବର୍ତ୍ତମାନ ଏହା ପ୍ରତ୍ୟାହାର କରିବା ନିଜ ବିବେକ ଏବଂ କୋର୍ଟର ଅବମାନନା ହେବ ବୋଲି ସେ କହିଛନ୍ତି।

ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ ଏବଂ ତାଙ୍କ ବିବୃତ୍ତିର ପୁନର୍ବିଚାର କରିବାକୁ କହିଥିଲେ। ଆଜି କୋର୍ଟ ଭୂଷଣଙ୍କୁ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବା ସମ୍ପର୍କରେ ବିଚାର କରିବାକୁ କହିଛନ୍ତି।

ଶ୍ରୀ ଭୂଷଣଙ୍କ ଓକିଲ ରାଜୀବ ଧୱନ କହିଛନ୍ତି ଯେ ସୁପ୍ରିମକୋର୍ଟ କେବଳ ସମାଲୋଚନା ନୁହେଁ ବରଂ ଚରମ ସମାଲୋଚନା ଗ୍ରହଣ କରିବା ଆବଶ୍ୟକ। ସେ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଚିନ୍ତାଧାରା ବ୍ୟାପକ ହେବ ଉଚିତ। ଧୱନ ଆହୁରି ମଧ୍ୟ ଯୁକ୍ତି କରିଥିଲେ ଯେ କ୍ଷମା ମାଗିବାକୁ ପ୍ରଶାନ୍ତ ଭୁଷଣଙ୍କୁ ବାଧ୍ୟ କରାଯାଇପାରିବ ନାହିଁ।

ସେ କହିଥିଲେ ଯେ ଭୂଷଣଙ୍କୁ କେବଳ କ୍ଷମା କରାଯାଇପାରେ, ତାଗିଦ କିମ୍ବା ଚେତାବନୀ ନୁହେଁ। କୌଣସି ମନ୍ତବ୍ୟ ବା ଚେତାବନୀ ଦେବା ଉଚିତ ନୁହେଁ କାରଣ ଜଣେ ସବୁଦିନ ପାଇଁ ନୀରବ ରହିପାରିବ ନାହିଁ।

ଭୂଷଣଙ୍କ କି ଦଣ୍ଡ ଦିଆଯିବ ବୋଲି କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଧୱନ କହିଥିଲେ ଯେ ତାଙ୍କୁ ଶହୀଦ କରା ନ ଯାଉ, ଅଦାଲତ ତାଙ୍କୁ ଯେଉଁ ଦଣ୍ଡ ଦେଲେ ମଧ୍ୟ ଏଭଳି ବିବାଦ ଜାରି ରହିବ ଏବଂ ଏହି ବିବାଦ ସେ ସମୟରେ ଶେଷ ହେବ ଯେବେ କୋର୍ଟ ସହୃଦୟତା ପ୍ରଦର୍ଶନ କରିବେ।

ତେବେ ସୁପ୍ରିମକୋର୍ଟ କହିଥିଲେ ଯେ କୋର୍ଟ ଭୂଷଣଙ୍କଠାରୁ ଅଲଗା ବିବୃତ୍ତି ଆଶା କରିଥିଲେ। ତାଙ୍କ ଟ୍ୱିଟ ଯଥାର୍ଥ ଥିଲା ବୋଲି ସେ ଦେଇଥିବା ଉତ୍ତର କଷ୍ଟଦାୟକ ଥିଲା ବୋଲି କୋର୍ଟ କହିଥିଲେ। ଏହା ସମ୍ପୂର୍ଣ୍ଣ ଅନୁପଯୁକ୍ତ ଥିଲା। ୩୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ପ୍ରଶାନ୍ତ ଭୂଷଣଙ୍କ ପରି ଜଣେ ବରିଷ୍ଠ ଆଇନଜୀବୀ ଏହା କରିବା ଉଚିତ ନୁହେଁ ଏବଂ କେବଳ ସେ ନୁହନ୍ତି ଏବେ ଏହା ସାଧାରଣ ବୋଲି କୋର୍ଟ କହିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories