www.samajalive.in
Sunday, December 7, 2025
15.1 C
Bhubaneswar

ଯୁୁକ୍ତ ଦୁଇ ନାମଲେଖାରେ ନୂଆ ନିୟମ

ଭୁବନେଶ୍ବର : କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ପାଇଁ ଚଳିତ ବର୍ଷ ନୂଆ ନିୟମ କରାଯାଇଛି। ନାମଲେଖା ସମୟରେ କୋଭିଡ୍‌-୧୯ ନିୟମ କଡାକଡି ପାଳନ କରାଯିବ। ଏନେଇ ବିଦ୍ୟାର୍ଥୀଙ୍କ ଇଣ୍ଟିମେସନ୍‌ ଲେଟରରେ ସବିଶେଷ ତଥ୍ୟ ରହିବ। ଛାତ୍ରଛାତ୍ରୀ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ କମନ୍‌ ଆପ୍ଲି‌କେସନ ଫର୍ମ (ସିଏଏଫ୍‌) ଜରିଆରେ ଆବେଦନ କରିପାରିବେ। ସେପ୍ଟେମ୍ବର ୯ ତାରିଖ ମେଧା ତାଲିକା ପ୍ରକାଶ ପାଇବ। ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ପ୍ରତି ବିଦ୍ୟାର୍ଥୀଙ୍କ ଇଣ୍ଟିମେସନ୍‌ ଲେଟରରେ କେତେବେଳେ ଶିକ୍ଷାନୁଷ୍ଠାନ ଆସିବେ ତାର ସମୟ ଉଲ୍ଲେଖ ରହିବ। ଦିଆଯାଇଥିବା ସମୟରେ ହିଁ ବିଦ୍ୟାର୍ଥୀ ଆସି ନାମ ଲେଖାଇବେ। ତେବେ ଧାର୍ଯ୍ୟ ସମୟ ପୂର୍ବରୁ ଆସି ଗହଳି ନକରିବାକୁ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦିଆଯିବ। ବିଦ୍ୟାର୍ଥୀଙ୍କୁ ପୃଥକ ଭାବେ ନାମଲେଖା ପାଇଁ ସମୟ ଦିଆଯିବ। ପ୍ରତି ଘଣ୍ଟାରେ ଅତି ବେଶିରେ ୧୫ ଜଣ ବିଦ୍ୟାର୍ଥୀଙ୍କୁ ନାମ ଲେଖାଇବାକୁ ଅନୁମତି ପ୍ରଦାନ କରାଯିବ।

ସେହିପରି ଛାତ୍ରଛାତ୍ରୀଙ୍କ ସହ କେବଳ ଜଣେ ଅଭିଭାବକ ଆସିପାରିବେ। ଏକରୁ ଅଧିକ ଅଭିଭାବକ ଆଣିପାରିବେନି ଛାତ୍ରଛାତ୍ରୀ। ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ଅଧିକାରୀ, କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍‌-୧୯ ନିୟମାବଳୀ ପାଳନ କରିବେ। ଅନ୍ୟପକ୍ଷରେ ନାମଲେଖାରେ ସଂରକ୍ଷକ୍ଷ ପାଇଁ ସ୍ବତନ୍ତ୍ର ସୁବିଧା ପାଇବା ପାଇଁ ଆବେଦନ ସମୟରେ ଉଲ୍ଲେଖ କରିବେ। ତେବେ ପାଖରେ ଯେଉଁ ସାର୍ଟିଫିକେଟ୍‌ ଥିବ ତାହା ଅପଲୋଡ୍‌ କରିବେ। ଆବେଦନ ସମୟରେ ଦେଇଥିବା ତଥ୍ୟ ଅନୁସାରେ ସଂରକ୍ଷଣ ସାର୍ଟିଫିକେଟ୍‌ ନଥିଲେ ନାମଲେଖାରୁ ବାଦ ପଡିବେ।
ସୂଚନାଯୋଗ୍ୟ ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର୍ଯ୍ୟନ୍ତ ମେଧା ତାଲିକା ପ୍ରକାଶ ପାଇବ। ୨୪ରୁ ୨୮ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟୟେ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୫ ତାରିଖ‌ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories