www.samajalive.in
Monday, December 8, 2025
27.1 C
Bhubaneswar

ଜନ୍ମଦିନରେ ଅଙ୍ଗଦାନ ପାଇଁ ସତ୍ୟପାଠ

ଆଠଗଡ : ଆଠଗଡ ବ୍ଲକର ଦୋରଡ ଗ୍ରାମର ସାମାଜିକ କର୍ମୀ ସୁଧାଂଶୁ ଶେଖର ସାହୁ ନିଜ ଜନ୍ମଦିନରେ ଅଙ୍ଗଦାନ କରିବା ପାଇଁ ସତ୍ୟପାଠ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଦୋରଡ ଗ୍ରାମର ଶିଶିର ସାହୁଙ୍କ ପୁଅ ସୁଧାଂଶୁ ଶେଖର ସାହୁ ତାଙ୍କର ୨୮ତମ ଜନ୍ମଦିବସରେ କଟକସ୍ଥିତ ସମାଜ କାର୍ଯ୍ୟାଳୟକୁ ଯାଇ ଅଙ୍ଗଦାନ ଅଭିଯାନର ସଭାପତି ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ସାକ୍ଷାତ କରି ନିଜର ଅଙ୍ଗଦାନ ପାଇଁ ସତ୍ୟପାଠ କରିଥିଲେ। ଡଃ ଆଚାର୍ଯ୍ୟ ସୁଧାଂଶୁଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ସହ ଅଙ୍ଗଦାନ ପଞ୍ଜିକରଣ କାର୍ଡ ପ୍ରଦାନ କରିଥିଲେ। ସୁଧାଂଶୁଙ୍କ ସହିତ ପ୍ରଗତି ଫାଉଣ୍ଡେସନର ସଂପାଦକ ପ୍ରଦୀପ କୁମାର ନାୟକ ଓ ଅନ୍ୟ ସହଯୋଗୀ ସମାଜ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ନିଜ ଜନ୍ମଦିନରେ ସୁଧାଂଶୁ କେବଳ ଅଙ୍ଗଦାନ ସତ୍ୟପାଠ କରିନାହାନ୍ତି ବରଂ ମହାକାଳବସ୍ତ ପଞ୍ଚାୟତ ଏବଂ କଟକ ରେଳଷ୍ଟେସନ ନିକଟରେ ୧୫୦ଜଣ ଗରିବ ଓ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଜଣାପଡ଼ିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories