www.samajalive.in
Monday, December 8, 2025
27.1 C
Bhubaneswar

ବିହାରରେ ନୀତିଶକୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ ଏନଡ଼ିଏ: ବିଜେପି

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି, ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳ ନିଜନିଜ ପ୍ରସ୍ତୁତି ବି ଜୋର କରି ଦେଲେଣି । ଏହା ମଧ୍ୟରେ ବିହାର ପ୍ରଦେଶ ବିଜେପି କାର୍ଯ୍ୟସମିତିର ଭର୍ଚ୍ୟୁଆଲ ବୈଠକ ଅନୁଷ୍ଠିତ ହୋଇଛି । ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା  ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶକୁମାରଙ୍କ ନେତୃତ୍ବରେ ବିଜେପି, ଜେଡ଼ିୟୁ ଓ ଏଲଜେପି ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କହିବା ଅନୁସାରେ ଯେତେବେଳେ ବିଜେପି, ନୀତିଶ କୁମାର ଓ ଲୋକଜନଶକ୍ତି ପାର୍ଟି ଏକାଠି ହୋଇଛନ୍ତି ସେତେବେଳେ ବିଜୟୀ ହୋଇଛନ୍ତି । ଏହି ତିନି ଦଳ ଏଥର ମଧ୍ୟ ମିଶି ନିର୍ବାଚନ ଲଢ଼ିବେ ଓ ବିଜୟୀ ହେବେ । ପାଟନାରେ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରୀ ସମିତି ବୈଠକର ଅନ୍ତିମ ଦିନରେ ଭର୍ଚ୍ୟୁଆଲ ବୈଠକରେ ଶ୍ରୀ ନଡ଼୍ଡ଼ା ନିର୍ମାଚନ ନିମନ୍ତେ ‘‘ଭାଜପା ହୈ ତୟାର, ଆତ୍ମନିର୍ଭର ବିହାର…’ ସ୍ଲୋଗାନ ଜାରି କରିଛନ୍ତି ।  ସେ କହିଛନ୍ତି ବିହାରରେ ବିରୋଧୀଙ୍କ ନିକଟରେ ନା କୌଣସି ନୀତି ଅଛି ନା କିଛି ସଂକଳ୍ପ । ସେବା କରିବାର ମନୋଭାବ ମଧ୍ୟ ସେମାନଙ୍କର ନାହିଁ । ତେଣୁ ଦଳର କାର୍ଯ୍ୟକର୍ତାମାନେ ମତଭେଦ ଭୂଲି ଛୋଟଛୋଟ ବୈଠକ କରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories