ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ସାହିରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଛି। ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ପଥର ଛେଚି ଦେବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଫକିର ଗୌଡ଼ ନାମକ ଯୁବକଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫକିର ନାମରେ ଅପରାଧ ମାମଲା ରହିଥିବା ବେଳେ ସେ ଗତବର୍ଷ ଜେଲ୍ ଯାଇଥିଲେ ବୋଲି ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଆଜି ସଂଧ୍ୟାରେ ପାଣିଗ୍ରାହୀପେଣ୍ଠ ସାହି ଦଣ୍ଡକାଳୀ ମନ୍ଦିର ନିକଟରେ ଜଣେ ଯୁବକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଏଥିରେ ସମ୍ପୃକ୍ତ ଯୁବକ ଜଣକ ଫକିରଙ୍କ ମୁଣ୍ଡକୁ ପଥରେ ଛେଚି ଦେଇଥିଲେ। ଫକିରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ବର୍ତ୍ତମାନ ସେ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।
Popular Categories



