କେଶଦୁରାପାଳ : ଆନନ୍ଦପୁର ପୌରାଞ୍ଚଳକୁ ଅଗଷ୍ଟ ୨୭ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ତେବେ ବ୍ୟବସାୟୀଙ୍କ ପକ୍ଷରୁ କଳା ପତାକା ବାନ୍ଧି ଏହାର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୋୖରାଞ୍ଚଳକୁ ବାରମ୍ବାର ସଟଡାଉନ୍ କରାଯାଇଛି। ହେଲେ ଏପରି ହେବା ଦ୍ୱାରା, କ୍ଷୁଦ୍ର ବ୍ୟବସାୟୀ ମାନେ ସବୁ ଥାଇ ମଧ୍ୟ ଭୋକ ଉପାସରେ ମରିବେ ବୋଲି ଅଭିଯୋଗ କରିଛନ୍ତି।

ସୂଚନାରୁ ଜଣାଯାଏ କରୋନା ପଜିଟିଭ ସଂଖ୍ୟାରେ ବୃଦ୍ଧି ଯୋଗୁଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୋୖରାଞ୍ଚଳର ୧୬ଗୋଟି ୱାର୍ଡକୁ ଶୁକ୍ରବାରଠାରୁ ଅଗଷ୍ଟ ୨୭ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ଏହି ସଟଡାଉନ ସମୟରେ ଔଷଧ, ପେଟ୍ରୋଲ ପମ୍ପ, ଏଲପିଜି ଗ୍ୟାସ ଓ ଏଟିଏମ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶା ନାମା ଜାରି କରାଯାଇଛି। ଏହାକୁ ବିରୋଧ କରି ଶାଳପଡ଼ା, ଖପରଖାଇ, ବସଷ୍ଟାଣ୍ଡ, ଘଷିପୁରା, ଶୈଲଂଗ, ଫକୀରପୁର ସବୁଠି କଳା ପତାକା ଉଡିଛି। ପତାକା ବାନ୍ଧି ବ୍ୟବସାୟୀ ନିଜ କ୍ଷେଭ ପ୍ରକାଶ କରିଛନ୍ତି । ଯଦି ଏପରି ସଟଡାଉନ ଜାରି ରହେ ତେବେ କ୍ଷୁଦ୍ର ବ୍ୟବସାୟୀ ମାନେ ଭୋକ ଉପାସରେ ମରିବେ ଏଥିରେ ସଂଦେହ ନାହିଁ ।



