www.samajalive.in
Sunday, December 7, 2025
15.1 C
Bhubaneswar

ପଞ୍ଚାୟତ ସଶକ୍ତିକରଣ ପାଇଁ ଓଡିଶା ସରକାରଙ୍କର ଆନ୍ତରିକତା ନାହିଁ: କଂଗ୍ରେସ

ଭୁବନେଶ୍ୱର: ସମ୍ବିଧାନର ୭୩ତମ ଏବଂ ୭୪ ତମ ସଂଶୋଧନ ଆଇନ୍‍ ମାଧ୍ୟମରେ ତୃଣମୂଳ ସ୍ତରରେ ପଞ୍ଚାୟତ ଏବଂ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ରାଜୀବ ଗାନ୍ଧୀ। ମାତ୍ର ଓଡିଶା ସରକାର ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆନ୍ତରିକତା ଦେଖାଇବା ପରିବର୍ତେ ଏହି ବ୍ୟବସ୍ଥାକୁ ଋଗ୍‍ଣ ଏବଂ ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜୀବ ଗାନ୍ଧୀଙ୍କର ୭୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ “ପଞ୍ଚାୟତ ବ୍ୟବସ୍ଥାର ଦୂରାବସ୍ଥା” ଶୀର୍ଷକ ଏକ ଆଲୋଚନା ଚକ୍ରରେ ଦଳୀୟ ନେତାମାନେ ଏପରି ଅଭିଯୋଗ କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ସରକାର ଓ ପ୍ରଶାସନ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସଖୀ କଣ୍ଢେଇ ପରି ନଚାଉଛନ୍ତି ବୋଲି ଉଲ୍ଲେଖ କରି ଜିଲାପାଳ କ୍ଷମତା ପ୍ରଦାନ ଏକ ଫମ୍ପା ଘୋଷଣା ବୋଲି କହିଛନ୍ତି । କୋଭିଡ୍‍ ପରିଚାଳନା ସମୟରେ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ଏକ ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହେଁ। ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଘୋଷଣା କଲାବେଳେ ବିଡିଓମାନଙ୍କର ବିନା ଦସ୍ତଖତରେ ପଂଚାୟତର ସରପଂଚ କୌଣସି ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଗରୁ ଫେବୃଆରୀ ମାସରେ ପଂଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଏକ ସର୍କୁଲାର ଜାରି କରିଥିଲେ। ତାହା ଆଜି ମଧ୍ୟ ବଳବତର ରହିଛି। ପୁନଶ୍ଚ ସଂଗନିରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ପରିଚାଳନା କରିବା କ୍ଷେତ୍ରରେ ମଇ ୧୧ ତାରିଖରେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲା ବେଳେ ସରପଂଚମାନଙ୍କର ଦାୟିତ୍ୱ ବିଷୟରେ ମଧ୍ୟ ପଦୁଟିଏ କଥା ଉଲ୍ଲେଖ ନକରିବା ସରକାରଙ୍କର ସରପଂଚମାନଙ୍କ ଜିଲ୍ଲାପାଳ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବୋଲି ସେ କହିଥିଲେ ।

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ  ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଧାୟକ  ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗଥିଲେ। ସରପଂଚମାନଙ୍କୁ କୋଭିଡ୍‍ ପରିଚାଳନା କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବା ଏବଂ ସ୍ୱାଧିନ ଭାବରେ ନିଷ୍ପତି ନେବା କ୍ଷେତ୍ରରେ ଚରମ ବିମୁଖତା ସରକାର ପ୍ରଦର୍ଶନ କରୁଛନ୍ତି। ଏହା ପଂଚାୟତ ବ୍ୟବସ୍ଥା ପ୍ରତି ସରକାରଙ୍କର କେତେ ଆନ୍ତରିକତା ରହିଛି ତାର ପ୍ରମାଣ ଦିଏ। ଦୀର୍ଘ ଦିନ ଧରି ପଲ୍ଲୀସଭା ଓ ଗ୍ରାମସଭା ଆୟୋଜନ ନକରିବା, ପଂଚାୟତକୁ ୨୯ଟି ବିଷୟ ଏବଂ ସହରାଂଚଳରେ ସ୍ୱାୟତ୍ତଶାସନ ବ୍ୟବସ୍ଥାକୁ ୧୮ଟି ବିଷୟରେ ପରିଚାଳନାର କ୍ଷମତା ଦେବା ଆଜି ମଧ୍ୟ କାଗଜ କଲମରେ ରହିଛି। ବାସ୍ତବରେ ଲୋକଙ୍କର ସମସ୍ୟାଗୁଡିକର ସମାଧାନ ଦିଗରେ ପଂଚାୟତ ପ୍ରତିନିଧିମାନଙ୍କର ଯେଉଁ କ୍ଷମତା ପ୍ରଦାନର ଆବଶ୍ୟକତା ରହିଛି, ତାକୁ ରାଜ୍ୟ ସରକାର ପ୍ରକୃତ ସମ୍ମାନ ଦେଇ ନାହାନ୍ତି ବୋଲି ଆଲୋଚନା ଚକ୍ରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି। ଆଜିର ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ପିସିସିର ପ୍ରଶିକ୍ଷଣ ସଂଯୋଜକ  ଶୁଭେନ୍ଦୁ ମହାନ୍ତି, ବିଜୟ ପ୍ରଧାନ, ନିରଦବରଣ ଖୁଂଟିଆ, ବିସ୍ମୟ ମହାପାତ୍ର, ସୁବାଷ ପ୍ରଧାନ, ଚିନ୍ମୟ ଦାସ, ବେଦଦ୍ୟୁତି ପୃଷ୍ଟି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଅନୁରୂପ ଭାବରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଏକ ଜାତୀୟ ଆଲୋଚନା ଚକ୍ର ୱବିନାର୍‍ ମାଧ୍ୟମରେ ଆୟୋଜିତ ହୋଇଯାଇଛି। “ସମ୍ବିଧାନ ଓ ଗ୍ରାମ ସ୍ୱରାଜ” ଶୀର୍ଷକ ଆଲୋଚନା ଚକ୍ରରେ ଏଆଇସିସିର ଜାତୀୟ ପ୍ରଶିକ୍ଷଣ ସଂଯୋଜକ ସଚିନ୍‍ ରାଓ, ମୀନାକ୍ଷୀ ନଟରାଜନ, ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ ପ୍ରମୁଖ ଏହି ଆଲୋଚନାରେ ବକ୍ତା ଭାବରେ ଯୋଗ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories