www.samajalive.in
Thursday, December 11, 2025
27.1 C
Bhubaneswar

କଣ୍ଟେନ୍‌ମେଣ୍ଟ ଜୋନ୍‌ ମୁକ୍ତ ଦାବିରେ ରାସ୍ତା ଅବରୋଧ

ଫୁଲବାଣୀ/ବ୍ରାହ୍ମଣୀଗାଁ:କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁକୁ ଗତ ୧ ତାରିଖଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଆଜି ୧୮ଦିନରେ ପହଞ୍ଚିଛି ଏହି କଣ୍ଟେନମେଣ୍ଟ ଜୋନ୍। ଏହି ପରିସ୍ଥିତିରେ ବ୍ରାହ୍ମଣୀଗାଁର ମେଡିକାଲ ଓ ବ୍ୟାଙ୍କ ସେବାକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜିଲ୍ଲା ପ୍ରଶାସନର ସମସ୍ତ କୋଭିଡ୍ ନିୟମାବଳୀକୁ ଜନସାଧାରଣ ପାଳନ କରିଆସୁଛନ୍ତି । ହେଲେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେବା ପରେ ଦୀର୍ଘ ଦିନ ହେଲା ବ୍ରାହ୍ମଣୀଗାଁବାସୀ ତଥା ବ୍ୟବସାୟ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣୀ। ତେଣୁ ବ୍ରାହ୍ମୁଣୀଗାଁକୁ କଣ୍ଟେନ୍‌ମେଣ୍ଟ ମୁକ୍ତ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ବି କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି । ସାଧାରଣ ଲୋକଙ୍କ ରାସନ ସୁବିଧା ପାଇଁ କିଛି ହୋଲସେଲ ଦୋକାନକୁ ଅନୁମତି ଥିବା ବେଳେ ସେମାନେ ନିଜ ଇଛାରେ ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି । ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟି କରଣ ମିଳୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଆଜି ବ୍ରାହ୍ମଣୀଗାଁ ବଜାର ସହ ଗ୍ରାମବାସୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ମୁକ୍ତ କରିବା ଦାବିରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି। ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଅନିର୍ଦ୍ଧିଷ୍ଟ କାଳ ସମସ୍ତ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବ୍ରାହ୍ମଣୀଗାଁ ବଣିକସଂଘ ନିଷ୍ପତ୍ତି ନେଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବ୍ୟବସାୟ ସଂଗଠନ ଓ ଗ୍ରାମର କିଛି ନେତୃବୃନ୍ଧ ଏକତ୍ରୀତ ହୋଇ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ହସ୍ତକ୍ଷେପ ପରେ ଲୋକେ ଓହରିଥିଲେ । ଇତିମଧ୍ୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଜୟପାଳ ସେନାପତି ପହଞ୍ଚି ପୁଣି ୩୦ ଜଣଙ୍କ ଆନ୍ଟିଜେନ ପରୀକ୍ଷା କରାଇଥିଲେ । ଡାକ୍ତର ଶ୍ରୀ ସେନାପତିଙ୍କ କହିବା ଅନୁଯାଇ ଆଜିର ଟେଷ୍ଟ ରିପୋର୍ଟ ପରେ ସେ ଜିଲ୍ଲାପାଳଙ୍କ ନିକଟକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇବା ନିମନ୍ତେ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆଶ୍ୱସ୍ତି ହୋଇଥିଲେ। ଜନସାଧାରଣ, ଦିନ ମଜୁରୀଆଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଗ୍ରାମବାସୀ ତଥା ବଣିକସଂଘ ସଦସ୍ୟମାନେ ନିବେଦନ କରିଛନ୍ତି। ନଚେତ ସମସ୍ତ ​ଗ୍ରୋସେରୀ ଓ ପନିପରିବା ଦୋକାନ ଗୁଡିକୁ ଅନିଦ୍ଦିଷ୍ଟ କାଳପର୍ଯ୍ୟନ୍ତ ବନ୍ଦ ରଖିବାକୁ ବଣିକସଂଘ ବାଧ୍ୟହେବ ଚେତାବନୀ ଦେଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories