www.samajalive.in
Monday, December 8, 2025
17.1 C
Bhubaneswar

ଦୁଇ ପ୍ରକାର ଶିକ୍ଷାନୀତି ଓ ଚଂଚକତା ପୂର୍ବକ ଆଦିବାସୀ ଜମି ବିକ୍ରିର ବିରୋଧ: ରାଜ୍ୟପାଳଙ୍କୁ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଡ ମହାସଭାର ସ୍ମାରକପତ୍ର

ଦେବଗଡ : ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରକାର ଶିକ୍ଷାନୀତି ପ୍ରଣୟନ ଏବଂ ଆଦିବାସୀମାନଙ୍କ ଜମି ସାଧାରଣ ବର୍ଗଙ୍କୁ ହସ୍ତାନ୍ତର ଆଦି ୫ ଦଫା ଦାବୀରେ ଆଜି ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଡ ମହାସଭା ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଡ ମହାସଭା ଦେବଗଡ କିଲା ଆୟୋଜନ କମିଟିର ସଭାପତି ଦିବାକର ପାତ୍ର, ମହାସଚିବ ପ୍ରଶନ୍ନ କୁମାର ନାଏକ ଓ ଉଦିତ ନାଏକଙ୍କ ନେତୃତ୍ୱରେ ଗାଁଣ୍ଡୱାନା ଗୋଁଡ ମହାସଭାର ବହୁ ସଦସ୍ୟ ପାରମ୍ପରିକ ବେଶଭୂଷାରେ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ଉପରୋକ୍ତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଦିବାସୀ ଓ ଆଦିବାସୀଙ୍କ ମଧ୍ୟରେ ଖରିଦ ବିକ୍ରି ହୋଇଥିବା ଜମି ସଧାରଣ ବର୍ଗଙ୍କ ନାମରେ ବିକିବାକୁ ହେଲେ ପ୍ରଥମ ଖରିଦ ବିକ୍ରି ହୋଇଥିବା ତାରିଖ ଠାରୁ ସର୍ବନିମ୍ନ ତିନି ବର୍ଷ ବ୍ୟବଧାନ ରଖାଯିବା ଓ ଯେଉଁ ଆଦିବାସୀ ଜମିଗୁଡିକ ଅନିୟମିତ ଭାବେ ଖରିଦ ବିକ୍ରି ହୋଇଛି ସେ ମାମଲା ଗୁଡିକୁ ଏକମାସ ମଧ୍ୟରେ ଫଇସଲା କରାଯିବା ଆଦି ଦାବି ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସେହିପରି ଭାତ, ଡାଲି, ଅଣ୍ଡା ଖାଇ ପାଠ ପଢୁଥିବା ରାଜ୍ୟର ଗରିବ ପିଲା ଓ ୨ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫିସ୍ ଦେଇ ପାଠ ପଢୁଥିବା ସ୍ୱଚ୍ଛଳ ବର୍ଗର ପିଲାଙ୍କ ସହିତ ଅନ ଲାଇନ ଶିକ୍ଷା ପ୍ରଣାଳୀ ସମ୍ଭବ କି ବୋଲି ଗୋଁଣ୍ଡୱାନା ଗୋଁଡ ମହାସଭା ପ୍ରଶ୍ନ କରାଯାଇ ଗରିବ ପିଲାମାନଙ୍କ ପାଇଁ ପ୍ରଥମେ ରାଜ୍ୟରେ ଭିତ୍ତିଭୂମୀ ପ୍ରସ୍ତୁତ କରାଯିବା ସହ ସମସ୍ତଙ୍କ ପାଇଁ ଏକ ପ୍ରକାର ଶିକ୍ଷା ନୀତି ପ୍ରଣୟନ ପାଇଁ ମଧ୍ୟ ଦାବି କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories