www.samajalive.in
Monday, December 8, 2025
27.1 C
Bhubaneswar

ୱେସ୍କୋ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀ ଓ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ

ଦେବଗଡ : ୱେସ୍କୋର ଘରୋଇକରଣକୁ ବିରୋଧ କରି ଆଜି ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚର ଡାକରାରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୂଖରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ଓ ହୀରା ଜିଟିଡି ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବେ ମାନ୍ୟବର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଆଜି ପୂର୍ବାହ୍ନରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ ଅଧିନସ୍ଥ ଦେବଗଡ ସେକ୍ସନର କର୍ମଚାରୀ ମାନେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୂଖରେ ରୁଣ୍ଡ ହୋଇ ବିଭିନ୍ନ ସରକାର ବିରୋଧୀ ସ୍ଲୋଗାନ ଦେବାସହ ସରକାରଙ୍କ ୱେସ୍କୋ ଘରୋଇକରଣ ନିଷ୍ପତ୍ତିକୁ ଦୃଢ ବିରୋଧ କରିଥିଲେ। ଏଥିସହ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ଖାଲି ପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରିବା ଆଦି ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ତ୍ୟବ୍ରତ ପଣ୍ଡା, ଉପଖଣ୍ଡ ଅଧିକାରୀ ଆନନ୍ଦ କାଲୋ,କନିଷ୍ଠ ଯନ୍ତ୍ରୀ ଅଭିଳାଶ ସ୍ୱାଇଁ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜନ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାମଲ,କାର୍ଯ୍ୟକାରୀ କମିଟୀ ସଦସ୍ୟ ବସନ୍ତ କୁମାର ପ୍ରଧାନ, ଦେବୀ ପ୍ରସାଦ ପାଲ,ସତ୍ୟ ନାରାୟଣ ବେହେରା, ତାପସ ବିଶ୍ୱାଳ,ସୁନିଲ ଆଚାର୍ଯ୍ୟ, ବନ ବିହାରୀ ପଣ୍ଡା, ଗୌରହରି ବାରିକ, କୈଳାଶ ସ୍ୱାଇଁ, ହେମଲାଲ ମାଝୀ, ହୀରା ଜିଟିଡି ଡିଭିଜନାଲ ସମ୍ପାଦକ ଶିଶିର ରଣା,ମନୋଜ ନାୟକ, ସରୋଜ ସାହୁ ଓ ସରୋଜ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ ବାରକୋଟ ରିଆମାଳ, ବୁଢାପାଳ ସେକ୍ସନ ଓ ତିଲେଇବଣି ସେକ୍ସନ କାର୍ଯ୍ୟାଳୟରେ ସମ୍ପୃକ୍ତ ସେକ୍ସନର କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ବାରକୋଟ ସେକ୍ସନ କାର୍ଯ୍ୟାଳୟରେ ପୁରନ୍ଦର ସାହୁ, ରିଆମାଳ ସେକ୍ସନ କାର୍ଯ୍ୟାଳୟରେ ଯୁଧିଷ୍ଠିର ପ୍ରଧାନ, ତିଲେଇବଣି ସେକ୍ସନ କାର୍ଯ୍ୟାଳୟରେ ସୁଶାନ୍ତ ମାଝୀ ଓ ବୁଢାପାଳ ସେକ୍ସନ କାର୍ଯ୍ୟାଳୟରେ ପ୍ରଫୂଲ୍ଲ ସାହୁଙ୍କ ନେତୃତ୍ୱରେ ବିଭାଗୀୟ ଶ୍ରମକ ଓ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories