www.samajalive.in
Tuesday, December 9, 2025
17.1 C
Bhubaneswar

ଆପଣ ବି ନିଜ ଗାଡ଼ି ପାଇଁ ଭିଆଇପି ନମ୍ବର ନେବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ କ’ଣ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଆଜିକାଲି ବହୁତ ଲୋକ ନିଜ ଗାଡ଼ି ପାଇଁ ଫ୍ୟାନ୍ସି କିମ୍ବା ଭିଆଇପି ନମ୍ବର ପାଇବାକୁ ଚାହୁଁଛନ୍ତି। ହେଲେ ଖୁବ୍‍ କମ୍‍ ଲୋକ ଏ ବିଷୟରେ ଅବଗତ ଯେ ଭିଆଇପି ନମ୍ବର କିପରି ଆଣିବାକୁ ପଡ଼େ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଭିଆଇପି କିମ୍ବା ଫ୍ୟାନ୍ସି ନମ୍ବର ଆଣିବାକୁ ହେଲେ କ’ଣ କରିବାକୁ ପଡ଼ିବ।

-ଗାଡ଼ିର ଭିଆଇପି ନମ୍ବର ଆଣିବା ପାଇଁ ସର୍ବ ପ୍ରଥମେ ଆପଣ କେନ୍ଦ୍ର ସରକାରଙ୍କ ୱେବସାଇଟ୍‍ parivahan.gov.in କୁ ଯାଆନ୍ତୁ।
-ଏହାପରେ ଅନ୍‍ଲାଇନ୍‍ ମେନ୍ୟୁକୁ ଯାଇ ଫ୍ୟାନ୍ସି ନମ୍ବର ଉପରେ କ୍ଲିକ୍‍ କରିବେ।
-କ୍ଲିକ୍‍ କରିବା ପରେ ଏକ ପେଜ୍‍ ଖୋଲିବ, ସେଠାରେ ଥିବା ନ୍ୟୁ ପବ୍ଲିକ୍‍ ୟୁଜର ଉପରେ କ୍ଲିକ୍‍ କରି ଏକ ୟୁଜର ଆଇଡି ସୃଷ୍ଟି କରନ୍ତୁ।
-ଏଥିପାଇଁ ଆପଣଙ୍କୁ ମଗାଯାଇଥିବା ତଥ୍ୟ ଦେବାକୁ ପଡ଼ିବ। ଏହାପରେ ୟୁଜର ଆଇଡି ସୃଷ୍ଟି ହୋଇଯିବ।
-ୟୁଜର ଆଇଡି ଲଗ୍‍ ଅନ୍‍ କରିବା ପରେ ଏକ ଇଣ୍ଟରଫେସ୍‍ ଖୋଲିବ। ସେଠାକୁ ଯାଇ ନମ୍ବରର ସଂଖ୍ୟା ଲେଖିବା ଜରୁରୀ।
-ଏହାପରେ ନମ୍ବର ସେକ୍ସନ ଉପରେ କ୍ଲିକ୍‍ କରି ନିଜ ନିକଟସ୍ଥ ଆରଟିଓକୁ ବାଛନ୍ତୁ।
-ଏତିକି କରିସାରିବା ପରେ ଯାନ ବର୍ଗ ବା ଭେଇକିଲ୍‍ କାଟେଗୋରୀ ସିଲେକ୍ଟ କରିବାକୁ ପଡ଼ିବ।
-ବର୍ତ୍ତମାନ ଆପଣଙ୍କୁ ଗାଡି ସିରିଜ୍ ବିଷୟରେ ପଚରାଯିବ ଜ୍ଝ ଆପଣ ନିଜ ପସନ୍ଦର ସିରିଜ୍ ବାଛିପାରିବେ ଜ୍ଝ
-ଏହାପରେ ଫ୍ୟାନ୍ସି ନମ୍ବରର ତାଲିକା ଆପଣଙ୍କ ସାମ୍ନାକୁ ଆସିଯିବ ଓ ସେଠାରେ ତା’ର ଦାମ୍‍ ମଧ୍ୟ ଲେଖାହୋଇଥିବ।
-ବର୍ତ୍ତମାନ ଆପଣଙ୍କୁ Continue to register ଉପରେ କ୍ଲିକ୍‍ କରିବାକୁ ପଡ଼ିବ।
-ଏହାପରେ ଏକ ଫର୍ମ ଆପଣଙ୍କ ସାମ୍ନାକୁ ଆସିବ, ଯାହାକୁ ଆପଣ ପୂରଣ କରି ଦାଖଲ କରିବେ।
-ତା’ପରେ ନେଟ୍‍ ବ୍ୟାଙ୍କିଙ୍ଗ୍‍ ଜରିଆରେ ଆପଣ ପେମେଣ୍ଟ କରିପାରିବେ।
-ଦେୟ ପରେ ଆପଣଙ୍କୁ ଏକ ସ୍ଲିପ୍‍ ମିଳିବ, ଏହାପରେ ସେହି ନମ୍ବର ଆପଣଙ୍କ ପାଇଁ ପଞ୍ଜିକୃତ ହୋଇଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories